ବ୍ରଜରାଜନଗର: ମୁମ୍ବାଇ କୋଲକାତା ରେଳଲାଇନର ବ୍ରଜରାଜନଗର ଷ୍ଟେସନ୍ରୁ ୫ କିଲୋମିଟର ଦୂର ଲଜକୁରା ଷ୍ଟେସନ୍ ନିକଟରେ ମଙ୍ଗଳବାର ଭୋର୍ ୫ଟାରେ କିଷାନ ସ୍ପେସାଲ୍ ଟ୍ରେନ୍ର ଗୋଟିଏ ବଗି ଲାଇନ ଚ୍ୟୁତ ହୋଇଥିଲା।
ବ୍ରଜରାଜନଗର ଦେଇ ରାୟଗଡ଼ ଯାଇଥିବା ଅପ୍ ଲାଇନରେ ଜିନିଷ ଧରି ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି। ଫଳରେ ହାୱଡା-ମୁମ୍ବାଇ ମଧ୍ୟରେ ରେଳ ଚଳାଚଳ ୩ ଘଣ୍ଟା ପାଇଁ ବ୍ୟାହତ ହୋଇଥିଲା। ଖବରପାଇ ରେଳ ବିଭଗ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ବଗିକୁ ଅଲଗା କରିବା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା। ଇଞ୍ଜିନ ପାଖ ଗୋଟିଏ ବଗି ଟ୍ରାକରୁ ଖସି ପଡ଼ିଥିବା ଜଣାପଡ଼ିଛି।