କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ବେନୁଡ଼ି ଗ୍ରାମର କନ୍ଧ ସମ୍ପ୍ରଦାୟର ଝିଅ ରଶ୍ମିତା କହଁର ଏବଂ ତାଙ୍କର କ୍ରୀଡ଼ା ପ୍ରତିଭାକୁ ନେଇ ଗତ ଫେବ୍ରୁଆରି ୧୭ ତାରିଖରେ ‘ସମ୍ବାଦ’ରେ ଏକ ବିଶେଷ ରିପୋର୍ଟ ପ୍ରକାଶ ପାଇଥିଲା। ବେନୁଡ଼ି ଗ୍ରାମର ଏହି କନ୍ଧ ବାଳିକା ରଶ୍ମିତା ନିଜର ପ୍ରତିଭା ବଳରେ ରାଜ୍ୟସ୍ତରରେ ଫୁଟବଲ୍ ଖେଳି ସୁନାମ ଅର୍ଜନ କରିଛନ୍ତି। ମାତ୍ର ଦାରିଦ୍ର୍ୟ କାରଣରୁ ସେ ଆଉ ଫୁଟବଲ ଖେଳିପାରିବେ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି। ତାଙ୍କ ବାପା ପରମେଶ୍ବର ଜଣେ ଭୂମିହୀନ ଦରିଦ୍ର କନ୍ଧ ଆଦିବାସୀ ସମ୍ପ୍ରଦାୟର ହୋଇ ଥିବାରୁ ଝିଅ ରଶ୍ମିତାଙ୍କ କ୍ରୀଡ଼ା ପ୍ରତିଭାର ବିକାଶ ତାଙ୍କ ପାଇଁ ବଡ଼ ଆହ୍ବାନ୍ ପାଲଟିଥିଲା। ରଶ୍ମିତା ଭଲ ଫୁଟ୍ବଲ୍ ଖେଳୁଥିବା ସତ୍ତ୍ବେ ଏବେ ବି ନିକଟସ୍ଥ ଜଙ୍ଗଲରୁ ଜାଳେଣୀ କାଠ ସଂଗ୍ରହ କରିଥାନ୍ତି ଏବଂ ବାପା, ମା’ଙ୍କୁ ଘର କାମରେ ସହଯୋଗ କରିଥାନ୍ତି। ଏଭଳି ସ୍ଥିତିରେ ପ୍ରଶାସନ କିମ୍ବା ଅନ୍ୟ କୌଣସି ବଦାନ୍ୟ ସଂସ୍ଥା ତାଙ୍କୁ ସହାୟତାର ହାତ ବଢ଼ାଇ ପାରିଲେ ରଶ୍ମିତାଙ୍କ କ୍ରୀଡ଼ା ପ୍ରତିଭା ଅଧିକ ବିକଶିତ ହୋଇପାରନ୍ତା ବୋଲି ‘ସମ୍ବାଦ’ରେ ପ୍ରକାଶ ପାଇଥିଲା।