ସମ୍ବଲପୁର: ଆଜି ଭବ୍ୟତା ଓ ବିବିଧତାର ସହିତ ଆରମ୍ଭ ହୋଇଛି ଗୁଡ଼ି ଉତ୍ସବ(କାଇଟ୍ ଫେଷ୍ଟିଭାଲ୍)। ଉଦ୍‌ଘାଟନୀ ଉତ୍ସବରେ ବରଗଡ଼ ସାଂସଦ  ସୁରେଶ ପୂଜାରୀ ମୁଖ୍ୟ ଅତିଥି, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ପ୍ରଦୀପ କୁମାର ସାହୁ ଏବଂ ବିଶିଷ୍ଟ କ୍ରୀଡ଼ା ସଂଗଠକ ସାବିର ହୁସେନ ସମ୍ମନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଫେସନ୍‌ ସୋ’ ଆଜିର କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା। ଏହି ଅବସରରେ ଏଚ୍‌ଏସ୍‌ଇ, ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷାରେ ଜିଲ୍ଲାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା।

Advertisment

publive-image

ଏହି ଅବସରରେ ନୃ୍ତ୍ୟ, ସଂଗୀତ ସହିତ ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ରଙ୍ଗୋଲି, ସେଲ୍ଫି, କାଇଟ୍ କ୍ରାଫ୍ଟ ପ୍ରତିଯୋଗିତାରେ ଶତାଧିକ ଯୁବକଯୁବତୀ ଭାଗ ନେଇଥିଲେ। ସନ୍ଧ୍ୟାରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଅତିଥି ଭାବେ ଯୋଗଦେଇ ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଆୟୋଜକ ସମ୍ବଲପୁର ୟୁଥ୍‌ର ସଭାପତି ରିକନ୍ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମଗୁଡ଼ିକରେ ମାଷ୍ଟର ପ୍ରେମ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସ୍ଵାଗତ ଘଡ଼ାଇ, ଅସୀମ ପ୍ରଧାନ, ସ୍ଵାଗତ ପାଢୀ, ମନୋରଞ୍ଜନ ପ୍ରଧାନ, ଅନିରୁଦ୍ଧ ଶର୍ମା, ପର୍ଶୁରାମ ପଣ୍ଡା, ମାନସ ରଞ୍ଜନ ବକ୍ସି, ଲିପୁନ ମହାପାତ୍ର, ତାପସ ପଣ୍ଡା, ପ୍ରୀତିନନ୍ଦା କର, ଦେବାଶିଷ ପ୍ରଧାନ, ରାକେଶ ରାଉତ, ନୀଳକଣ୍ଠ ମେସୁଆ, ସୁଜିତ ବେହେରା, ଦଶରଥ ମେହେର, ନିରଜ ଚୌଧୁରୀ ଓ ଦେବେନ୍ଦ୍ର ସାହୁ ସହଯୋଗ କରିଥିଲେ।