+୨ ବିଜ୍ଞାନ ପରୀକ୍ଷାରେ କେଏମ୍‌ବିବି କଲେଜର ଅପୂର୍ବ ସଫଳତା

ଭୁବନେଶ୍ୱର : ପ୍ରତିବର୍ଷ ପରି ଏଥର ମଧ୍ୟ କଟକ ତ୍ରିଶୁଳିଆର ନରଣପୁରସ୍ଥିତ କେଏମ୍‌ବିବି ସାଇନ୍ସ ହାୟର ସେକେଣ୍ଡାରି ସ୍କୁଲ(ଜୁନିଅର ସାଇନ୍ସ କଲେଜ)ର ଛାତ୍ରଛାତ୍ରୀ +୨ ବିଜ୍ଞାନ ପରୀକ୍ଷାରେ ବାଜିମାତ୍‌ କରିଛନ୍ତି। ପରୀକ୍ଷା ଦେଇଥିବା କଲେଜର ସମସ୍ତ ୮୧ ଜଣ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦୁଇ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି କଲେଜକୁ ଗୌରବାନ୍ବିତ କରିଛନ୍ତି।

ଛାତ୍ର ଅପୂର୍ବ ଯଶୋବର୍ଦ୍ଧନ ମିଶ୍ର ଓ ପ୍ରଦୀପ କୁମାର ପରିଡ଼ା ମିଳିତ ଭାବେ ୫୪୪ ମାର୍କ ରଖି ରାଜ୍ୟର ଶ୍ରେଷ୍ଠ ଶହେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏମାନଙ୍କ ବ୍ୟତୀତ ଅଶ୍ବିନୀ ବିଶୋୟୀ ୫୨୮ ନମ୍ବର ରଖିଥିବା ବେଳେ ଦୀପାଳି ଦୀପ୍ତିମୟୀ ବେହେରା ୫୨୫, ଭାଗ୍ୟଶ୍ରୀ ପ୍ରଧାନ ୫୨୩, ସୌମ୍ୟରଞ୍ଜନ ସାହୁ ୫୨୩, ଋଷିକେଶ ବିଶ୍ବାଳ ୫୨୧, ତନ୍ମୟ କୁମାର ପ୍ରଧାନ ୫୧୭, ଶୁଭକାନ୍ତ ସାମଲ ୫୦୩ ଓ ପ୍ରଣବ କୁମାର ପାତ୍ର ୫୦୦ ମାର୍କ ରଖିଛନ୍ତି। ୧୨ ଜଣ ଛାତ୍ରଛାତ୍ରୀ ୮୦ରୁ ୯୦ ପ୍ରତିଶତ ମଧ୍ୟରେ ମାର୍କ ରଖିଥିବା ବେଳେ ୧୬ ଜଣ ୭୦ରୁ ୮୦% ମଧ୍ୟରେ ମାର୍କ, ୨୦ ଜଣ ୬୦ରୁ ୭୦ ପ୍ରତିଶତ ମାର୍କ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୫୧ ଜଣ ଛାତ୍ରଛାତ୍ରୀ ରହିଥିବା କଲେଜର ଅଧ୍ୟକ୍ଷ ଡ. ବିଜୁନି ଚରଣ ସୂତାର କହିଛନ୍ତି। କେଏମ୍‌ବିବି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି କଲେଜର ନିର୍ଦେଶକ ସରୋଜ କୁମାର ପଣ୍ଡା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗକୁ ଆହୁରି ଭଲ କରିବାକୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର