ଖୋର୍ଦ୍ଧା : ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ପ୍ରକାଶକ ବିଜୟ ପଟ୍ଟନାୟକଙ୍କ ଅକାଳ ବିୟୋଗରେ ଖୋର୍ଦ୍ଧା ଉପକଣ୍ଠ ଦଳେଇପୁଟଠାରେ ଥିବା କେଏମ୍ବିବି କଲେଜରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କଲେଜର ପରିସର ମଧ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ (ପ୍ରଶାସନ) ସରୋଜ କୁମାର ପଣ୍ତା, ଅଧ୍ୟକ୍ଷ ଭବାନୀ ପ୍ରସନ୍ନ ପଟ୍ଟନାୟକ, ଉପାଧ୍ୟକ୍ଷ ସୁବ୍ରତ କବିଙ୍କ ସହ କଲେଜର କର୍ମଚାରୀ ଉପସ୍ଥିତ ରହି ବିଜୟ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅମର ଆତ୍ମାର ସଦ୍ଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା। ନିର୍ଦ୍ଦେଶକ (ପ୍ରଶାସନ) ଶ୍ରୀ ପଣ୍ତା କହିଥିଲେ ଯେ ବିଜୟ ପଟ୍ଟନାୟକ ଜଣେ ଉତ୍ତମ ଓ ମେଳାପୀ ବ୍ୟକ୍ତିଥିଲେ।ଗଠନମୂଳକ କାର୍ଯ୍ୟପ୍ରତି ସେ ସର୍ବଦା ତତ୍ପର ରହୁଥିଲେ। କେଏମ୍ବିବି ଅନୁଷ୍ଠାନ ଗଠନରେ ତାଙ୍କର ଅବଦାନ ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି କହି ତାଙ୍କ ମୃତ୍ୟୁ ଅନୁଷ୍ଠାନ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଥିଲେ।
ବିଜୟ ପଟ୍ଟନାୟକଙ୍କ ବିୟୋଗରେ କେଏମ୍ବିବି କଲେଜରେ ଶ୍ରଦ୍ଧାଞ୍ଜଳି
/sambad/media/post_attachments/wp-content/uploads/2020/09/kmbb-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)