ପୁରୀ : ପୁରୀ ଗୋବର୍ଦ୍ଧନ ମଠର ମଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଗୁଜୁରାଟର ବରୋଦାସ୍ଥିତ ୱେଲ୍କେୟାର ହସ୍ପିଟାଲରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଇଛି। ଡାକ୍ତର ଭରତ ମୋଦୀ ଓ ତାଙ୍କ ଟିମ୍ ଦ୍ବାରା ଶଙ୍କରାଚାର୍ଯ୍ୟଙ୍କ ଅସ୍ତ୍ରୋପଚାର କରାଯାଇଛି। ବର୍ତମାନ ଶଙ୍କରାଚାର୍ଯ୍ୟ ସୁସ୍ଥ ଅଛନ୍ତି ଏବଂ ଆସନ୍ତା ୨/୩ ଭିତରେ ଚାଲିବା ଆରମ୍ଭ କରିବେ ବୋଲି ଡାକ୍ତରୀ ଦଳ ସୂଚନା ଦେଇଥିବା ଗୋବର୍ଦ୍ଧନ ମଠର ମୁଖପାତ୍ର ମନୋଜ କୁମାର ଆଚାର୍ଯ୍ୟ କହିଛନ୍ତି। ଜଗତଗୁରୁ ଶଙ୍କରାଚାର୍ଯ୍ୟ ଦୀର୍ଘ ଦିନ ହେଲା ଡାହାଣ ଗୋଡ଼ ଆଣ୍ଠୁରେ ଯନ୍ତ୍ରଣା ଭୋଗୁଥିଲେ। ଯେଉଁଥି ପାଇଁ ସେ ଚଲାବୁଲା କରିବା ବେଳେ କଷ୍ଟ ପାଉଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଗତକାଲି ସକାଳ ୯ଟାରେ ଶଙ୍କରାଚାର୍ଯ୍ୟଙ୍କୁ ଅସ୍ତ୍ରୋପଚାର ପାଇଁ ୱେଲ୍କେୟାର ହସ୍ପିଟାଲରେ ଭର୍ତି କରାଯାଇଥିଲା। ଗୁରୁଜୀଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କର ଶିଷ୍ୟ, ଅନୁଗାମୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି। ଶିଷ୍ୟବୃନ୍ଦ ମଠ, ମନ୍ଦିରରେ ହନୁମାନ ଚାଳିଶା ପାଠ କରିବା ସହ ସୁନ୍ଦରକାଣ୍ଡ, ଶ୍ରୀବିଷ୍ଣୁସହସ୍ରନାମ ଜପ କରିଛନ୍ତି।
ଶଙ୍କରାଚାର୍ଯ୍ୟଙ୍କ ଆଣ୍ଠୁ ପ୍ରତ୍ୟାରୋପଣ, ଶୀଘ୍ର ଆରୋଗ୍ୟ ପାଇଁ ଶିଷ୍ୟ, ଅନୁଗାମୀଙ୍କ ପୂଜାର୍ଚ୍ଚନା
/sambad/media/post_attachments/wp-content/uploads/2019/06/Sankaracharya-in-Hospital1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)