ସମ୍ବଲପୁର : ମିସ୍ତ୍ରିଙ୍କୁ ଛୁରା ମାଡ଼

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତରେ ପୁଟିବନ୍ଧରେ ମିସ୍ତ୍ରିଙ୍କ ଉପରେ ଛୁରାମାଡ଼ ହୋଇଛି। ମୋବାଇଲ ଲୁଟି ଫେରାର ମାରୁଥିବା ଦୁର୍ବୃତ୍ତଠାରୁ ମୋବାଇଲ ଫେରାଇ ଆଣିବାକୁ ପ୍ରୟାସ ବେଳେ ତାଙ୍କ ଉପରେ ଛୁରା ମାଡ଼ ହୋଇଥିଲା।

ସୂଚନା ଅନୁଯାୟୀ, ମିସ୍ତ୍ରି ଅସିତ ସିକଦର ପୁଟିବନ୍ଧରେ ଜଣଙ୍କ ଘରେ କାର୍ଯ୍ୟ କରୁଥିଲେ। ସେ ନିଜ ମୋବାଇଲ ଧରି ଦେଖୁଥିବାବେଳେ ଅଚାନକ ଜଣେ ବ୍ୟକ୍ତି ମୋବାଇଲ ଛଡ଼ାଇ ଫେରାର ମାରୁଥିଲା। ଅସିତ ତାକୁ ନେବା ପାଇଁ ଚେଷ୍ଟା କରିବା ବେଳେ ସେହି ଦୁର୍ବୃତ୍ତ ତାଙ୍କ ଉପରେ ଛୁରା ମାଡ଼ କରିଥିଲା। ଏଥିଯୋଗୁଁ ଅସିତଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ଏଥିସଂକ୍ରାନ୍ତରେ ୩୯୭, ୩୦୭ରେ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି।

ସମ୍ବନ୍ଧିତ ଖବର