ଖଡ଼ିଆଳ : ଖଡ଼ିଆଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ପଞ୍ଚାୟତର ମାଲପଡ଼ା ଗ୍ରାମରେ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ଦୁଇ ଯୁବକଙ୍କୁ ଛୁରିରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି।

Advertisment

ଅଭିଯୋଗ ଅନୁଯାୟୀ, ମାଲପଡ଼ା ଗ୍ରାମରେ ପରେଶ୍ୱର ଭୋଇଙ୍କ ବିବାହ କାର୍ଯ୍ୟକ୍ରମରେ ଗ୍ରାମର ନରେଶ ରଣା (୨୩) ଓ ଲଳିତ ଥପା ଯୋଗ ଦେଇଥିଲେ। ରାଣୀମୁଣ୍ଡା ପଞ୍ଚାୟତ କୋଟମାଲ ଗ୍ରାମରୁ ମାଲପଡ଼ାକୁ ବରଯାତ୍ରୀ ଆସିଥିବା ବେଳେ ଢଙ୍କସର ଗ୍ରାମର ବାଜାପାର୍ଟି ବରଯାତ୍ରୀଙ୍କ ସହିତ ଆସିଥିଲେ। ବିବା‌ହ କାର୍ଯ୍ୟ ସାରି ନରେଶ ଓ ଲଳିତ ବାଇକ୍‌ରେ ଫେରୁଥିବା ବେଳେ ନରେଶଙ୍କ ଘର ସମ୍ମୁଖରେ ବାଜାପାର୍ଟିର ଯୁବକମାନେ ଅଟକାଇ ଯୁକ୍ତିତର୍କ କରିବା ସହିତ ଛୁରିରେ ଆକ୍ରମଣ କରିଥିଲେ। ନରେଶଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପରେ ବଲାଙ୍ଗୀର ଓ ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଲଳିତ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏନେଇ ଖଡ଼ିଆଳ ଥାନାରେ ବାଜାପାର୍ଟିର ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।