ତେଲକୋଇ/କରଦାଙ୍ଗି: ପୂର୍ବ ଶତୃତାକୁ କେନ୍ଦ୍ର କରି ଜ୍ବାଇଁକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଶ୍ବଶୁର। ଏଭଳି ଅଭାବନୀୟ ଘଟଣା ଘଟିଛି ତେଲକୋଇ ଥାନା କାଳିମା ଗ୍ରାମରେ। ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତ ଶ୍ବଶୁର ଓ ଶାଶୂ ଏକ ବସ୍ରେ ଫେରାର୍ ହେବାକୁ ଉଦ୍ୟମ କରୁଥିବା ବେଳେ ତେଲକୋଇ ପୁଲିସ ପହଞ୍ଚି ଉଭୟଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ ରବିବାର ଦିନ ଜ୍ବାଇଁ ପବିତ୍ର କିଷାନ (୪୮)ଓ ଶ୍ବଶୁର କୀର୍ତ୍ତନ କିଷାନ(୬୫)ଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ସବୁଦିନ ପରି ଆଜି ପବିତ୍ର ଶ୍ବଶୁର ଘର ପାଖରେ ଥିବା କେବିନ୍କୁ ଆସି ଦୋକାନ ଖୋଲିଥିଲେ। ଶ୍ବଶୁର କୀର୍ତ୍ତନ ଓ ଶାଶୂ ଗୋମତୀଙ୍କ ସମେତ ଅନ୍ୟ ସଦସ୍ୟମାନେ ସେଠାରେ ଆସି ପହଞ୍ଚି ଯାଇଥିଲେ। ସମସ୍ତେ ମିଶି ପବିତ୍ରଙ୍କୁ କେବିନ୍ ଭିତରୁ ଟାଣି ଆଣିବା ସହ ସଂଘବଦ୍ଧ ଭାବେ ଟାଙ୍ଗିଆ ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ପୂର୍ବରୁ ଏକ ବାଇକ୍ ଦୁର୍ଘଟଣାରେ ପବିତ୍ରଙ୍କ ଗୋଡ଼ ଭାଙ୍ଗିଥିବାରୁ ସେ ଆକ୍ରମଣକୁ ପ୍ରତିହତ କରିପାରି ନଥିଲେ। କିଛି ଲୋକ ଏସବୁ ଦେଖୁଥିଲେ ମଧ୍ୟ ପ୍ରତିବାଦ କରିନଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ପବିତ୍ରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଓ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପବିତ୍ରଙ୍କ ପତ୍ନୀ ନିହାଲିଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ କେସ୍ ନମ୍ବର ୧୭୫/୧୮ରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ପରେ କୀର୍ତ୍ତନ ଓ ଗୋମତୀ ତେଲକୋଇ ବଜାରରୁ ଏକ ଘରୋଇ ବସ୍ ଯୋଗେ ଫେରାର୍ ହେବାକୁୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି।
ଶ୍ବଶୁର ଟାଙ୍ଗିଆ ଚୋଟରେ ଜ୍ବାଇଁ ମୃତ
/sambad/media/post_attachments/wp-content/uploads/2018/07/suicide-knife.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)