ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ଗଳା କାଟିବା ମାମଲା : ଛାତ୍ରାବାସରୁ ଛୁରି ଜବତ

ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ବଂଶଧାରା ଦ୍ବିତୀୟ ଛାତ୍ରବାସ ରୁମ୍ ନଂ ୮୨ରେ ଲାଇବ୍ରେରୀ ସାଇନ୍ସ ପ୍ରଥମ ବର୍ଷ ଛାତ୍ର ଶମ୍ଭୁନାଥ ସାହୁଙ୍କୁ ତାଙ୍କ ଗାଁରୁ ଆସିଥିବା ସାଙ୍ଗ ଚନ୍ଦନ ଖଟୁଆ ଛୁରିରେ ଗଳା କାଟିଦେଇଥିଲେ। ଶମ୍ଭୁନାଥ ଅଳ୍କକେ ବର୍ତ୍ତି ଯାଇଥିଲେ। ତେବେ, ପୁଲିସ୍‌ ଏପର୍ଯ୍ୟନ୍ତ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରିନଥିବାବେଳେ ଆଜି ଛାତ୍ରାବାସରୁ ଛୁରି ଜବତ କରିଛି।

ଆଜି ଅପରାହ୍ନରେ ଭଂଜବିହାର ଫାଣ୍ଡି ଅଧିକାରୀ ଏସ୍.ଶଙ୍କର ରାଓ ଓ ହଷ୍ଟେଲ ସୁପରିଣ୍ଟେ‌େଣ୍ଡଣ୍ଟ, ଆସିଷ୍ଟାଣ୍ଡ ସୁପରିଣ୍ଟେଣ୍ଡେଣ୍ଟ ଓ ଫାଣ୍ଡି ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ଅଭିଯୁକ୍ତ ଚନ୍ଦନର ବ୍ୟାଗ୍ ଓ ଛୁରିକୁ ଜବତ କରିଥିବା ଜଣାପଡିଛି । ଗତ ସୋମବାର ଭୋରରେ ଚନ୍ଦନ ଶମ୍ଭୁନାଥଙ୍କୁ ଆକ୍ରମଣ କରି ଚମ୍ପଟ୍ ମାରିଥିଲା। ଶମ୍ଭୁଙ୍କ ବାପା ଗଙ୍ଗାଧର ସାହୁ ବୁଧବାର ବିଶ୍ବବିଦ୍ୟାଳୟରେ ପହଞ୍ଚି ହଘଟଣାର ସମ୍ପର୍କରେ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି କୁଳସଚିବ ଗୋପାଳପୁର ଥାନାକୁ ମାମଲା ହସ୍ତାନ୍ତର କରିଥିଲେ। ଏନେଇ ଗୋପାଳପୁର ଥାନାରେ କେସ ନମ୍ବର ୪୦/୧୯ରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର