କୋଡ଼ିଙ୍ଗା ହାଜତ ମୃତ୍ୟୁ ଘଟଣା:  କ୍ଷତିପୂରଣ ଦେବାକୁ ବିଧାୟକ ପ୍ରତିଶ୍ରୁତି ଦେବା ପରେ ଶବ ସତ୍କାର କଲେ ପରିବାର ଲୋକେ

ନବରଙ୍ଗପୁର: କ୍ଷତିପୂରଣ ଦେବାକୁ ସ୍ଥାନୀୟ ବିଧାୟକ ମନୋହର ରନ୍ଧାରି ପ୍ରତିଶ୍ରୁତି ଦେବା ପରେ ପୁଲିସମାଡ଼ରେ ମୃତ୍ୟୁ ଘଟିଛି ବୋଲି କୁହାଯାଉଥିବା ଅଭିଯୁକ୍ତ ଗୋବର୍ଦ୍ଧନ ବିନ୍ଧାଣୀଙ୍କ ଶବ ସୋମବାର ପୂର୍ବାହ୍ନରେ ତାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ସତ୍କାର କରିଛନ୍ତି।

ରବିବାର ସନ୍ଧ୍ୟାରେ ତାଙ୍କ ଗାଁ ବଡ଼ପାଞ୍ଜିରାଗୁଡ଼ା ଗାଁ’ରେ ପହଞ୍ଚିଥିଲେ ସୁଦ୍ଧା ପରିବାର ଲୋକେ ସୋମବାର ପୂର୍ବାହ୍ନ ଯାଏଁ ଶବ ଉଠାଇ ନ ଥିଲେ।
ଗୋବର୍ଦ୍ଧନଙ୍କ ମୃତ୍ୟୁ ପାଇଁ କ୍ଷତିପୂରଣ ଦେବା ଏବଂ ଆଇଆଇସି ଓ ଚଢ଼ଉରେ ସାମିଲ ହୋଇଥିବା ଅନ୍ୟ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ଦାବି କରି ଗ୍ରାମବାସୀମାନେ ଅଡ଼ିବସିଥିଲେ।

ସମ୍ବନ୍ଧିତ ଖବର