କୋଡ଼ିଙ୍ଗା ହାଜତ ମୃତ୍ୟୁ ଘଟଣା: ଶବ ଉଠାଉ ନାହାନ୍ତି ପରିବାର ଲୋକେ

ନବରଙ୍ଗପୁର: ପୁଲିସମାଡ଼ରେ ମୃତ୍ୟୁ ଘଟିଛି ବୋଲି କୁହାଯାଉଥିବା ଅଭିଯୁକ୍ତ ଗୋବର୍ଦ୍ଧନ ବିନ୍ଧାଣୀଙ୍କ ଶବ ରବିବାର ସନ୍ଧ୍ୟାରେ ତାଙ୍କ ଗାଁ ବଡ଼ପାଞ୍ଜିରାଗୁଡ଼ା ଗାଁ’ରେ ପହଞ୍ଚିଥିଲେ ସୁଦ୍ଧା ପରିବାର ଲୋକେ ଶବ ଉଠାଉ ନାହାନ୍ତି।

ଗୋବର୍ଦ୍ଧନଙ୍କ ମୃତ୍ୟୁ ପାଇଁ କ୍ଷତିପୂରଣ ଦେବା ଏବଂ ଆଇଆଇସି ଓ ଚଢ଼ଉରେ ସାମିଲ ହୋଇଥିବା ଅନ୍ୟ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ଦାବି କରି ଗ୍ରାମବାସୀମାନେ ଅଡ଼ିବସିଛନ୍ତି।

ଗତ ସନ୍ଧ୍ୟାରୁ ଆଜି ଖବର ଆସିବା ଯାଏଁ ଗାଁ ଲୋକେ ଗୋବର୍ଦ୍ଧନଙ୍କ ଶବ ଥିବା ମହାପ୍ରାୟାଣ ଗାଡ଼ି ପାଖରେ ବସିରହିଛନ୍ତି।

ସମ୍ବନ୍ଧିତ ଖବର