ଭାସିଗଲା କୋଏଲ ନଦୀର ବାଉଁଶ ପୋଲ, ରାଉରକେଲା ସହରକୁ ଆସୁଥିବା ତିନି ବ୍ଲକବାସୀଙ୍କ ଚିନ୍ତା ବଢ଼ିଲା

ରାଉରକେଲା : ରାଉରକେଲା ସହରରେ ଓ ଝାଡ଼ଖଣ୍ଡରେ ଅବିଶ୍ରାନ୍ତ ବର୍ଷାର ପ୍ରଭାବରେ ଗତକାଲି ରାତିରେ କୋଏଲ ନଦୀର ବାଉଁଶ ପୋଲ ଭାସିଯାଇଛି l ଏହା ଫଳରେ ରାଉରକେଲା ସହରକୁ ଆସୁଥିବା କୁଆଁରମୁଣ୍ଡା, ନୂଆଗାଁ ଅଞ୍ଚଳବାସୀଙ୍କ ସମସ୍ୟା ବଢିଯାଇଛି l କୋଏଲ ନଦୀ ଉପରେ ଏହି ବାଉଁଶ ପୋଲ ରାଉରକେଲା ସେକ୍ଟର – ୨୦ ବୈକୁଣ୍ଠ ଘାଟରୁ କୁଆଁରମୁଣ୍ଡାକୁ ସଂଯୋଗ କରୁଛି l

ପ୍ରତିଦିନ ନୂଆଗାଁର ଶହ ଶହ ପରିବା ଚାଷୀ ପନିପରିବା ବିକିବାକୁ ଏହି ପୋଲ ଉପର ଦେଇ ରାଉରକେଲା ସହରର ବିଭିନ୍ନ ମାର୍କେଟକୁ ଆସିଥାନ୍ତିl କୋଏଲ ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ପ୍ରାୟ ୬ ବର୍ଷ ତଳେ ରାଜ୍ୟ ସରକାର ଶିଳାନ୍ୟାସ କରିଥିଲେ l କିନ୍ତୁ ଏଯାଏଁ ଇଟା ଖଣ୍ଡିଏ ବି ପଡ଼ି ନାହିଁ l ସେପଟେ ବାରମ୍ବାର ବାଉଁଶ ପୋଲ ଭାସି ଯାଉଥିବାରୁ ପ୍ରତି ବର୍ଷ ତିନି ବ୍ଲକବାସୀଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି l ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର