ବିଦେଶୀ ଖେଳାଳିଙ୍କ ପ୍ରଶଂସା କରିବାରୁ ଭାରତୀୟ ଯୁବକଙ୍କୁ ବିଦେଶ ପଳାଅ ବୋଲି କହିଲେ ବିରାଟ

ମୁମ୍ବାଇ: ପ୍ରଶଂସକମାନଙ୍କୁ ସମ୍ମାନ ଦେବା ସହ ସମଲୋଚକଙ୍କୁ ଉପଯୁକ୍ତ ଯବାବ ଦେବା ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟ ବିରାଟ କୋହଲି ବେଶ୍‌ ଧୁରନ୍ଧର। ସେ ଅଧିକାଂଶ ସମୟରେ ସମାଲୋଚକଙ୍କୁ ରୋକଠୋକ ଜବାବ ଦେଇ ନିଜେ ସମାଲୋଚିତ ହୋଇଛନ୍ତି ପଛେ ମୁହଁରେ କହିବାର ଅଭ୍ୟାସ ସେ ଆଦୌ ଛାଡ଼ି ପାରିନାହାନ୍ତି।

ବିଶେଷ କରି ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଟ୍ରୋଲ୍‌ କରିଥିବା ସମାଲୋଚକଙ୍କ ଉପରେ ନିଜର ପ୍ରବଳ କ୍ଷୋଭ ପ୍ରକାଶ କରିଥିଲେ ବିରାଟ। ତାଙ୍କ ଜୀବନରେ ଅନୁଷ୍କା ଆସିବା ପରେ ସେ ଆଉ ଭଲ ଖେଳି ପାରୁନାହାନ୍ତି ବୋଲି ଯେଉଁମାନେ କହିଥିଲେ ସେମାନଙ୍କୁ ସେ ପରିହାସ କରିଥିଲେ। ନିକଟରେ ସେ ଦିନିକିଆ ମ୍ୟାଚ୍‌ରେ ରେକର୍ଡ ବନାଇବା ପରେ ତାହାର ଶ୍ରେୟ ନିଜ ପତ୍ନୀଙ୍କୁ ଦେଇ ସଭିଙ୍କୁ ଚୁପ କରାଇଥିଲେ।

ନିକଟରେ ସେପରି ଆଉ ଥରେ ମୁହଁ ଖୋଲିଛନ୍ତି ବିରାଟ। ଜଣେ ଭାରତୀୟଙ୍କର ବିଦେଶୀ ଖେଳାଳୀଙ୍କ ମୋହ ଦେଖି ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଯୁବକ ଜଣକ କହିଥିଲେ କି ସେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳୀ ଖେଳୁଥିବା ବେଳେ ବେଶ୍‌ ଉପଭୋଗ କରନ୍ତି। ତାଙ୍କୁ ଉତ୍ତର ଦେଇ ବିରାଟ ଏକ ଭିଡିଓ ସେୟାର୍‌ କରିଛନ୍ତି। ସେ କହିଛନ୍ତି କି ‘ଯଦି ବିଦେଶୀ ଖେଳାଳୀ ଭଲ ଲାଗୁଛନ୍ତି ତେବେ ବିଦେଶ ପଳାଅ। ଭାରତରେ ରହି ତାଙ୍କୁ ଭଲପାଅ ନାହିଁ।’

ସମ୍ବନ୍ଧିତ ଖବର