ଲାଞ୍ଚୁଆ ସିଡିପିଓ ଜେଲ୍‌ ଗଲେ

କୋକସରା : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କଳାହାଣ୍ତି ଜିଲ୍ଲା କୋକସରା ବ୍ଲକ୍‌ ସିଡିପିଓ ଜୟନ୍ତୀ ମହାନ୍ତି ଶୁକ୍ରବାର ଜେଲ୍‌ ଯାଇଛନ୍ତି। ସେ ଗୁରବାର ଜଣେ ଅଙ୍ଗନୱାଡ଼ି କର୍ମୀଙ୍କଠାରୁ ୫ ହଜାର ଲାଞ୍ଚ ନେଉଥିବା ସମୟ‌ରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଗୁରୁବାର ଅଧିକ ତଦନ୍ତ ପାଇଁ ତାଙ୍କୁ ଭବାନୀପାଟଣା ନିଆଯାଇଥିଲା। ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ହେଲେ ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି କଳାହାଣ୍ତି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର