କଳାହାଣ୍ଡି ଜିଲ୍ଲାର କୋକସରା ଆମ୍ବପାଣିର ସଙ୍ଗରୋଧ ଗୃହରୁ ୨୫ ଶ୍ରମିକ ଫେରାର

କୋକସରା: କଳାହାଣ୍ଡି ଜିଲ୍ଲାର କୋକସରା ଆମ୍ବପାଣିର ଜନଜାତି ଆବାସିକ ବିଦ୍ୟାଳୟରେ ଅସ୍ଥାୟୀ ସଙ୍ଗରୋଧ ଗୃହରୁ ଗତକାଲି ରାତିରେ ଶ୍ରମିକ ଫେରାର ହୋଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତକାଲି ରାତିରେ ୨୫ ଶ୍ରମିକ ଫେରାର ହୋଇଯାଇଛନ୍ତି ।

ରାଜ୍ୟ ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ଏହି ସଙ୍ଗରୋଧରେ କଳାହାଣ୍ଡି ପ୍ରଶାସନ ଦ୍ୱାରା ରଖିବା ବ୍ୟବସ୍ଥା କରାଯାଇଛି । ଲକଡାଉନ ଯୋଗୁ ରାଜ୍ୟ ବାହାରୁ ଓ ଜିଲ୍ଲାର  ବିଭିନ୍ନ ସ୍ଥାନରେ କାମ କରୁଥିବା ଶ୍ରମିକମାନେ ଘରମୁହାଁ ହୋଇଛନ୍ତି ସଙ୍ଗରୋଧ ଗୃହରେ ମୋଟି ୬୪ ଜଣ ରହୁଥିଲେ । ଆଉ ସେମାନଙ୍କ ମଧ୍ୟରୁ ଗତକାଲି ରାତିରେ ୨୫ ଜଣ ଫେରାର ହୋଇଯାଇଛନ୍ତି । ସ୍ଥାନୀୟ ସରପଞ୍ଚ ଏନେଇ ସୂଚନା ଦେଇଛନ୍ତି ।

ନବରଙ୍ଗପୁର ପାପହାହାଣ୍ଡି ବ୍ଲକ ଅଞ୍ଚଳର ୨୬ ଜଣ ଶ୍ରମିକ ସୋମବାର ଫୁଲବାଣୀରୁ ଚାଲିଚାଲି ଫେରୁଥିବା ସମୟରେ ଆମ୍ବପାଣି ପୁଲିସ ସେମାନଙ୍କୁ ଅଟକ ରଖି ବ୍ଲକ ପ୍ରଶାସନ ସହାୟତାରେ ସଙ୍ଗରୋଧ ଗୃହରେ ରଖିଥିଲେ । ତେବେ ୨୫ ଜଣ ଶ୍ରମିକ ଫେରାର ପରେ କୋକସରା ବ୍ଲକ ତହସିଲଦାର ବିଡଓ ପହଞ୍ଚି ତଦନ୍ତ କରିଛନ୍ତି ।

ସମ୍ବନ୍ଧିତ ଖବର