ଆଇପିଏଲ: ମୁମ୍ବାଇକୁ ୭ ୱିକେଟରେ ହରାଇଲା କୋଲକାତା

ଆବୁଧାବି : ସ୍ଥାନୀୟ ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଆଇପିଏଲ ୨୦୨୧ର ୩୪ତମ ମ୍ୟାଚରେ ମୁମ୍ବାଇକୁ ୭ ୱିକେଟରେ ପରାସ୍ତ କରିଛି ‌କୋଲକାତା । ମୁମ୍ବାଇ ପ୍ରଥମ ପାଳିରେ ୨୦ ଓଭରରେ ୬ ୱିକେଟ ହରାଇ ୧୫୫ ରନ୍‌ କରିଥିଲା । ଅନ୍ୟପଟେ କୋଲକାତା ୧୫.୧ ଓଭରରେ ୩ ୱିକେଟ ହରାଇ ୧୫୯ ରନ୍‌ କରି ଏହି ମ୍ୟାଚ୍‌କୁ ସହଜରେ ଜିତି ନେଇଛି । କୋଲକାତା ପକ୍ଷରୁ ରାହୁଲ ତ୍ରିପାଠୀ ସର୍ବାଧିକ ୪୨ ବଲରେ ୭୪ ରନ୍‌ କରିଥିବା ବେଳେ ଭେଙ୍କଟେଶ ଆୟାର ୩୦ ବଲ୍‌ରେ ୫୦ ରନ୍‌ କରିଥିଲେ। ଶେଷରେ ନୀତିଶ ରାଣା ୨ ବଲରେ ୫ ରନ୍‌ କରି କୋଲକାତାକୁ ବିଜୟ ଦେଇଥିଲେ । ମୁମ୍ବାଇ ପକ୍ଷରୁ କେବଳ ଜସପ୍ରୀତ ବୁମରା ୩ଟି ୱିକେଟ ନେଇଥିଲେ । ଏହି ବିଜୟ ସହ କୋଲକାତା ୮ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ୪ର୍ଥ ସ୍ଥାନରେ ରହିଛି ।

ଆଜି କୋଲକାତା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇକୁ ଏହାର ଦୁଇ ଓପନର ରୋହିତ ଶର୍ମା ଓ କ୍ବିଣ୍ଟନ ଡି’କକ୍ ଏକ ଦୃଢ ମୂଳଦୁଆ ଦେଇଥିଲେ । ରୋହିତ ୩୩ ଓ ଡି’କକ୍ ୫୫ ରନ କରିଥିଲେ । ତେବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନଙ୍କ ବିଫଳତା ଫଳରେ ଦଳର ରନ ଗତି ଧୀମା ହୋଇଯାଇଥିଲା । ଫଳରେ ଦଳ ୨୦ ଓଭରରେ ୬ ଓ୍ବିକେଟ୍ ହରାଇ ୧୫୫ରନ କରିପାରିଥିଲା । କୋଲକାତା ପକ୍ଷରୁ ଫର୍ଗୁସନ ଓ କ୍ରିଷ୍ଣା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ।

ଚଳିତ ଆଇପିଏଲରେ ମୁମ୍ବାଇ ୮ଟି ମ୍ୟାଚ ଖେଳି ୪ ବିଜୟ ଓ ୪ ପରାଜୟ ସହ ୮ ପଏଣ୍ଟ ପାଇଛି ଏବଂ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି । ଅନ୍ୟପକ୍ଷରେ କୋଲକାତା ୮ଟି ମ୍ୟାଚରୁ ୩ ବିଜୟ ୫ ପରାଜୟ ସହ ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର