କୋଣାର୍କ :ଦୀର୍ଘ ମାସର ଦାବି ପରେ ଶେଷରେ କୋଣାର୍କ ଶବ୍ଦାଲୋକ ପ୍ରକଳ୍ପର ଦୁଇଟି ସୋ’ ପାଇଁ ମଂଜୁରି ମିଳିଛି। ଆଜିଠାରୁ ସୂର୍ଯ୍ୟମନ୍ଦିରରେ ଆରମ୍ଭ ହୋଇଛି ଶବ୍ଦାଲୋକ ପ୍ରକଳ୍ପର ଦୁଇଟି ସୋ’। ଆଜି ପ୍ରଥମ ଦିନରେ ଦୁଇଟି ସୋ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମିଳିଥିବା ସୂଚନା ମୁତାବକ ୯୦ ଦଶକରୁ ପ୍ରସ୍ତାବିତ କୋଣାର୍କ ସୂର୍ଯ୍ୟମନ୍ଦିରର ଲାଇଟ୍ ଆଣ୍ଡ ସାଉଣ୍ଡ୍ ସୋ’କୁ ଗତବର୍ଷ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ୬ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ ଏହି ସୋ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ କେନ୍ଦ୍ର ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଆରମ୍ଭ ହୋଇଛି। ମାତ୍ର ଏହି ପ୍ରକଳ୍ପର ଦୁଇଟି ସୋ ପାଇଁ ସୂର୍ଯ୍ୟମନ୍ଦିରରର ରକ୍ଷଣାବେକ୍ଷଣ ଦାୟିତ୍ଵରେ ଥିବା ସଂସ୍ଥା ପକ୍ଷରୁ ଅନୁମତି ଦେବା ପାଇଁ ବିଳମ୍ବ ହୋଇଥିଲା। ବିଭିନ୍ନ ମହଲରୁ ଦାବି ପରେ ଜୁନ ୧୭ରୁ ଦୁଇଟି ସୋ ପାଇଁ ଅନୁମତି ମିଳିଛି। ଗୋଟିଏ ସୋ ସନ୍ଧ୍ୟା ୭ ଟାରୁ ୭.୪୫ ଓ ଦ୍ଵିତୀୟ ସୋ ୮ଟାରୁ ୮.୪୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି।
କୋଣାର୍କ ଶବ୍ଦାଲୋକ ସୋ’ ସମୟ ବଦଳିଲା : ଦିନକୁ ଦୁଇ ଥର
/sambad/media/post_attachments/wp-content/uploads/2018/06/KONARK-light.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)