ଆଇସିୟୁରୁ ବାହାରିଲେ କୋଣାର୍କ ଦୁଷ୍କର୍ମ ପୀଡ଼ିତା : ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ହାଜର ହେଲେ

କୋଣାର୍କ : ଗତମାସ ୧୭ ତାରିଖରେ କୋଣାର୍କ ଏନ୍‌ଏସି ମାର୍କେଟ କ˚ପ୍ଳେକ୍ସର ଏକ ବନ୍ଦ ଘରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଯୁବତୀଙ୍କୁ ବନ୍ଦ କୋଠରିରୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତି କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ପୁଣି ଥରେ କୋଣାର୍କ ଭୁଲ କାରଣ ପାଇଁ ଚର୍ଚାକୁ ଆସିଥିଲା। ଘଟଣାରେ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇ ନଥିବାବେଳେ କଡ଼ା ପୁଲିସ ସୁରକ୍ଷା ବଳୟ ମଧୢରେ କଟକ ବଡ଼ ଡାକ୍ତରଖାନାରେ ପୀଡ଼ିତାଙ୍କ ଚିକିତ୍ସା ଶେଷ ହୋଇଛି। ଯୁବତୀ ସୁସ୍ଥ ହେବା ପରେ ଆଜି ବିଳମ୍ବିତ ରାତ୍ରିରେ ତାଙ୍କୁ କୋଣାର୍କ କୋର୍ଟରେ ହାଜର କରାଯାଇଛି। ରିପୋର୍ଟ ଲେଖାହେବା ବେଳକୁ ମାଜିଷ୍ଟେଟଙ୍କ ସାମ୍ନାରେ ଯୁବତୀଙ୍କ ବୟାନ କରକର୍ଡ କରାଯାଉଥିବାର ଜଣାପଡ଼ିଛି। ମିଳିଥିବା ଶେଷ ତଥ୍ୟ ଅନୁଯାୟୀ ବୟାନ ରେକର୍ଡ ପରେ ପୀଡ଼ିତା ଯୁବତୀଙ୍କୁ ସୁଧାର ଗୃହରେ ଛଡ଼ାଯିବ।

ସମ୍ବନ୍ଧିତ ଖବର