ଭୁବନେଶ୍ବର : ବିଶ୍ବ ଐତିହ୍ୟ ସୂର୍ଯ୍ୟମନ୍ଦିରରୁ କାରୁକାର୍ଯ୍ୟ ଖଚିତ ମୂର୍ତ୍ତି ଅପସାରଣ କରାଯାଇ ସାଦା ପଥର ଲଗାଯିବା ଘଟଣାକୁ ନେଇ କେନ୍ଦ୍ର-ରାଜ୍ୟ ତୁ ତୁ ମେଁ ମେଁ ଚାଲିଥିବା ବେଳେ ବିଶେଷଜ୍ଞମାନେ ଏ ସଂକ୍ରାନ୍ତରେ ଚାଞ୍ଚଲ୍ୟକର ତଥ୍ୟ ରଖିେଲଣି। କୋଣାର୍କ ସ୍ଥିତି ଏତେ ଦୁର୍ବଳ ହୋଇଗଲାଣି ଯେ ରିକ୍ଟର ସ୍କେଲରେ ୫ରୁ ୬ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ହେଲେ ଏହା ଭୁଶୁଡିଯାଇପାରେ। ରୁରକି ସ୍ଥିତ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ପ୍ରତିଷ୍ଠାନ ମନ୍ଦିରର ବିଭିନ୍ନ ଅଂଶର ସ୍ଥିତି ଲେଜର୍ ସ୍କାର୍ନିଂ କରିବା ପରେ ଏଭଳି ଆଶଙ୍କା ଦୃଢୀଭୂତ ହୋଇଛି। କେନ୍ଦ୍ର ସରକାରଙ୍କ ଏଏସ୍‌ଆଇ ପାଖରେ ଏହି ରିପୋର୍ଟ ରହିଛି। କୋଣାର୍କ ନେଇ ଗଠନ କରାଯାଇଥିବା ଷ୍ଟିଅରିଂ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଅଛନ୍ତି। ସେମାେନ ବି ଜାଣିଛନ୍ତି। ହେଲେ ଏହି ରିପୋର୍ଟକୁ ଚାପି ଦିଆଯାଇଛି। କେନ୍ଦ୍ର ସରକାର ବେଫିକର, ରାଜ୍ୟ ସରକାର ମଧ୍ୟ ଠୋସ୍ ପଦକ୍ଷେପ ନେବା ଲାଗି ଆଗ୍ରହ ଦେଖାଉନାହାନ୍ତି। ଶହ ଶହ ବର୍ଷ ଧରି ଓଡ଼ିଶାକୁ ବିଶ୍ବ ଦରବାରରେ ପରିଚିତ କରାଇଥିବା ଆକର୍ଷଣୀୟ କୀର୍ତିରାଜିଭରା କୋଣାର୍କ ବିେରାଧରେ ଚାଲିଥିବା ଏହି ସାଂଘାତିକ ଷଡ଼୍‌ଯନ୍ତ୍ର ଏବେ ସଂସ୍କୃତି ପ୍ରେମୀ ଓ ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କଲାଣି। ଓଡ଼ିଶାର ଭାବାବେଗ ସହିତ ଖେଳ ଚାଲିଥିବା ବେଳେ ବିଧାନସଭାରେ ମଧ୍ୟ ଏ ନେଇ ପ୍ରଶ୍ନ ଉଠୁନଥିବା ଓଡ଼ିଶାବାସୀଙ୍କୁ ବିସ୍ମିତ କରୁଛି।

Advertisment

ଗବେଷକ ତଥା କଳିଙ୍ଗ ହେରିଟେଜ୍ ପ୍ରିଜରଭେସନ୍ ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଅନୀଲ ଦେ କହିଛନ୍ତି, ୧୯୦୩ରେ ଜଗମୋହନ ସିଲ୍ କରି ବାଲି ଭରି ଦିଆଯିବା ଗୋଟିଏ ଭୁଲ ପଦକ୍ଷେପ ଥିଲା େବାଲି ଏବେ ଜଣାପଡୁଛି। ୧୯୫୦ ମସିହାରେ ବସିଥିବା ବିଶ୍ବନାଥ ଦାସ କମିଟିଠାରୁ ଆରମ୍ଭ କରି ୨୦୧୦ରେ େହାଇଥିବା ଆନ୍ତର୍ଜାତିକ କର୍ମଶାଳା ଯାଏ ପ୍ରାୟ ୧୫ଟି ବଡ଼ ବୈଠକ ବସିଛି। ପୂର୍ବରୁ ୟୁେନସ୍କୋ ପଠାଇଥିବା ବିେଶଷଜ୍ଞ ଫିଲଡେନ୍ ଓ ବେକମ୍ୟାନ ଜଣାଇ ସାରିଛନ୍ତି େଯ ଭିତରେ ଗଢାଯାଇଥିବା ୧୫ଫୁଟ େମାଟ କାନ୍ଥ ଓ ଭର୍ତି େହାଇଥିବା ବାଲି କାହାରି ବି ପ୍ରୟୋଜନ ନାହିଁ। ଇଟାଲିରୁ ଆସିଥିବା ପ୍ରଫେସର ଗିଓରଗିଓ େକ୍ରାସି ମଧ୍ୟ କହିଛନ୍ତି ବାଲି କାଢି ସଂରକ୍ଷଣ ଆବଶ୍ୟକ। ୨୦୦୬ରେ ସିମଟେକ୍ ନାମକ ସଂସ୍ଥା େଦଖିଥିେଲ, ବାଲି ଆହୁରି ୪ଫୁଟ ତଳକୁ ଖସି ଗଲାଣି।

ଏମିତି ସ୍ଥିତିରେ ୨୦୧୬ରେ ରୁରକି ସ୍ଥିତ େସଣ୍ଟ୍ରାଲ ବିଲଡିଂ ଆଣ୍ଡ ରିସର୍ଚ୍ଚ ପ୍ରତିଷ୍ଠାନ ରିେପାର୍ଟ ଆହୁରି ଭୟ ବଢାଇ େଦଇଛି। ଏହି ସଂସ୍ଥା େକାଣାର୍କ ଜଗମୋହନର ଥ୍ରି ଡି େଲଜର ସ୍କାର୍ନିଂ କରିଥିଲା। ଏହି ରିେପାର୍ଟକୁ ଯଦିଓ ସମସ୍ତେ ମାଡିବସିଛନ୍ତି, ତଥାପି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଏହା ସୂଚାଉଛି େଯ ବର୍ତମାନ ଜଗମୋହନର ଭିତର ପାଖରେ ୬୦ ଫୁଟ ଯାଏ ଫାଟ ସୃଷ୍ଟି େହାଇଗଲାଣି। ଭିତର ପାଖରେ ଅନେକ ପଥର ଖସି ଯାଇଛି। େଯଉଁ ବିମ୍ ଲଗାଯାଇଥିଲା ତାହା ବି। ବାଲି ଇତିମଧ୍ୟରେ ଆହୁରି ୪ଫୁଟ ଖସିଯାଇଛି। ଅତଏବ ସାମାନ୍ୟ ଭୂମିକମ୍ପ ବି େକାଣାର୍କ ପାଇଁ ଘାତକ େହାଇପାରେ। କେବଳ ସେତିକି ନୁେହଁ, ଆହୁରି ଏକ ଭୟ େହଉଛି ବାଲିସ୍ତର ତଳକୁ ଖସିଯିବା ଫଳରେ କ୍ରମ ବର୍ଧିଷ୍ଣୁ ବାହ୍ୟ ଚାପ ବଢୁଛି। ଜଳୀୟକଣାରୁ ଜାତ ଗୁଳ୍ମର ଏସିଡ୍ କ୍ଷରଣ େନଇ ବିେଶଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି। ଏଣୁ ଏସବୁକୁ େନଇ ଉଭୟ ରାଜ୍ୟ ସରକାର ଓ େକନ୍ଦ୍ର ସରକାର େଯତିକି ଉଦବେଗ ପ୍ରକାଶ କରିବା କଥା େଦଖାଯାଉନାହିଁ।

ରାଜ୍ୟ ସରକାରଙ୍କ ପୂର୍ତ ବିଭାଗ ସହିତ ସଂପୃକ୍ତ ଜଣେ ବରିଷ୍ଠ ଅଧିକାରୀ ଏହି ରିେପାର୍ଟ େନଇ କୌଣସି ମତ େଦଇନଥିେଲ ହେଁ, େକାଣାର୍କ ପ୍ରତି େଯ ଭୟଙ୍କର ବିପଦ ମା଼ଡିଆସୁଛି ଏକଥା ସ୍ବୀକାର କରିଛନ୍ତି। କହିଛନ୍ତି, ସିବିଆରଆଇ ଯେଉଁ ରିେପାର୍ଟ େଦଇଛି, ତାହା ସ୍ପଷ୍ଟ ଭାବେ ସୂଚାଉଛି େଯ େକାଣାର୍କ ଦୟନୀୟ ସ୍ଥିତିକୁ ଚାଲିଗଲାଣି। ମନ୍ଦିର ପ୍ରତି େଯ କୌଣସି ମୁହୂର୍ତରେ ବିପଦ ମାଡିଆସିପାରେ। ସାମାନ୍ୟ ଭୂମିକମ୍ପ ମଧ୍ୟ େକାଣାର୍କକୁ ମାଟିରେ ମିଶାଇବା ପାଇଁ ଯଥେଷ୍ଟ େବାଲି େସ କହିଛନ୍ତି।

୨୦୧୦ ମସିହାରେ େଯଉଁ ୪ଟି ସବ୍ କମିଟି ଗଠନ େହାଇଥିଲା, ତାହାର ରିେପାର୍ଟ ୭ ବର୍ଷ ପରେ ବି ମିଳିବନି? ରୁର୍‌କି ସ୍ଥିତ େସଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟକୁ ମନ୍ଦିରର ବିଭିନ୍ନ ଅଂଶର ସ୍ଥିତି, ବାଲୁକା ଅପସାରଣ ଉପରେ ଅନୁଧ୍ୟାନ କରି ରିେପାର୍ଟ େଦବାକୁ କୁହାଯାଇଥିଲା। ସଂପୃକ୍ତ କର୍ତୃପକ୍ଷ ଏେନଇ କାର୍ଯ୍ୟ ବି କଲେ। ଏହି ସଂସ୍ଥାର ରିେପାର୍ଟ େକାଣାର୍କ ପ୍ରତି ଭୟାବହତା ପ୍ରକଟ କରୁଛି। କିନ୍ତିୁ ଏ ରିେପାର୍ଟ ନେଇ ବି ରାଜ୍ୟବାସୀ ଅନ୍ଧାରରେ ରହିବେ?

ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥ‌ା (ଏଏସ୍‌ଆଇ)ର ଅତିରିକ୍ତ ନିର୍ଦ୍ଦେଶକ ରାକେଶ ସିଂହ ଲାଲ ଇତିମଧ୍ୟରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ‘ସମ୍ବାଦ’ରେ ଏ ସଂପର୍କରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଏଏସ୍ଆଇ କର୍ତୃପକ୍ଷ ସ୍ଥିତି ଅନୁଧ୍ୟାନ ଲାଗି େକାଣାର୍କ ଆସିଥିଲେ। କିନ୍ତୁ ସ୍ଥାନୀୟ କର୍ତୃପକ୍ଷ ତାଙ୍କୁ ଭୁତାଇ ଦେଲେ ଏବଂ ସଂପୃକ୍ତ ଅଧିକାରୀ ନିଜ କର୍ମଚାରୀଙ୍କ ଉପରେ୍ ଅସନ୍ତୋଷ ଝାଡିଥିଲେ େହଁ, େକାଣାର୍କ େନଇ ଏଏସଆଇ ଆଗକୁ କି ଚିନ୍ତା କରୁଛି େସ େନଇ କୌଣସି ସୂଚନା େଦଇନଥିେଲ। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପ୍ରସଙ୍ଗରେ େକନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି େଲଖିଥିଲେ େହଁ, ଏଡିଜି ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିନଥିେଲ।

େଗାଟିଏ ପଟେ ଏଏସଆଇର ସ୍ଥାନୀୟ ଅଧିକାରୀମାନ ନିଜ ଦାୟିତ୍ବ ଝାଡି େଦଇ ବସିଯାଇଛନ୍ତି ଓ େକାଣାର୍କ ସଂରକ୍ଷଣ େକ୍ଷତ୍ରରେ ଭୟଙ୍କର ଅବହେଳା କରୁଥିବା ଅଭିେଯାଗ ଉଠିଛି। ଅନ୍ୟପଟରେ ରାଜ୍ୟ ସରକାର େକାଣାର୍କକୁ େନଇ େଯଭଳି ତମ୍ବିେତାପାନ କରିବା କଥା ତାହା େଦଖାଯାଉନାହିଁ। ସଂସ୍କୃତି ବିଭାଗର ନିଷ୍କ୍ରିୟତା ଏ େକ୍ଷତ୍ରରେ ବଡ଼ ବିପଦ ଭାବେ ଛିଡା େହାଇଛି। ଯଦି ଏଏସ୍ଆଇ କର୍ତୃପକ୍ଷ ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି, େତବେ ରାଜ୍ୟ ସରକାର ଏହି କୀର୍ତିରାଜି ସଂରକ୍ଷଣ ୟୁେନସ୍କୋକୁ କାହିଁକି େଦଉନାହାନ୍ତି ବୋଲି ବିେଶଷଜ୍ଞମାେନ ଯୁକ୍ତି ଉଠାଇଛନ୍ତି।

ଉଲ୍ଲେଖଥାଉକି, ୟୁେନସ୍କୋ ମିଶରର ଆବୁସିମ୍ବଲ ସୂର୍ଯ୍ୟମନ୍ଦିରକୁ ଆସଵାନ ଜଳଭଣ୍ଡାର ଗ୍ରାସରୁ ଖଣ୍ଡ କରି କାଟିଥିେଲ ଓ ୬୯୦ ଫୁଟ ଦୂରରେ ଏବଂ ୨୦୦ ଫୁଟ ଉଚ୍ଚତାରେ ଏହାକୁ ନିଖୁଣ ଭାବେ େଯାଡି ଦିଆଯାଇଥିଲା। ଇଣ୍ଡୋେନସିଆର େବାେରାବୋଦୁର ଠାରେ ଆହୁରି ଜଟିଳ ପଦ୍ଧତିରେ ୟୁେନସ୍କୋ ସଂରକ୍ଷଣ କରିଥିବା ପ୍ରମାଣ ରହିଛି। ଅଷ୍ଟମ ଶତାଦ୍ଦୀର ବୌଦ୍ଧ ମଠକୁ ପୁଣି ଥରେ ପ୍ରାଣ େଦବାକୁ ଯାଇ ଆଠ ଲକ୍ଷ ଖଣ୍ଡିତ ଅଂଶକୁ ଘଞ୍ଚ ଅରଣ୍ୟ ଭିତରୁ ସଂଗ୍ରହ କରି ୟୁେନସ୍କୋ କର୍ତୃପକ୍ଷ ତାକୁ େଯାଡିଥିେଲ। ଯାହାର ପରିଣାମରେ ଏହି କୀର୍ତିରାଜି ପୁଣି ଜୀବନ୍ୟାସ ପାଇଛି। ଏଥିରେ ରାଜ୍ୟ ସରକାର ଏହି କୀର୍ତିକୁ ୟୁେନସ୍କୋକୁ େଦବାରେ ଅସୁବିଧା େକଉଁଠି?