ଅପସାରିତ ପଥରଖଣ୍ତ ଗଲା କୁଆଡେ଼?, ଥାନାରେ ଏତଲା ଦେଲା ସୁରକ୍ଷା ସମିତି

କୋଣାର୍କ : ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ମୁଖଶାଳାରେ ଆଉ ଦେଖିବାକୁ ମିଳୁନି ସୂକ୍ଷ୍ମ କାରୁକାର୍ଯ୍ୟ। କାରୁକାର୍ଯ୍ୟପୂର୍ଣ୍ଣ ପଥର ବଦଳରେ ମନ୍ଦିରର ବିଭିନ୍ନ ଅ˚ଶରେ ଶେଭାପାଉଛି ନିମ୍ନମାନର ସାଧା ପଥର। ହେଲେ ଏବେ ପ୍ରଶ୍ନ ଉଠିଲାଣି ଅପସାରଣ କରାଯାଇଥିବା ସୂକ୍ଷ୍ମ କାରୁକାର୍ଯ୍ୟ ଖଚିତ ପଥରଖଣ୍ତ କେଉଁଠି ରହିଛି? ତାହା ସୁରକ୍ଷିତ ଅଛି ତ? କୋଣାର୍କରେ ତ ନାହିଁ? କେଉଁ ସ୍ଥାନକୁ କେଉଁ ଆଇନ ବଳରେ ସ୍ଥାନାନ୍ତର କରାଗଲା।

ସ୍ଥାନୀୟ ବୁଦ୍ଧିଜୀବି, ଶିକ୍ଷାବିତ, ଛାତ୍ର, ଯୁବକଠୁ ଆରମ୍ଭ କରି ମହିଳା ସ˚ଗଠନ ପର୍ଯ୍ୟନ୍ତ ସମସ୍ତେ ଆଜି ଏଭଳି ପ୍ରଶ୍ନ ପଚାରିଛନ୍ତି। ସ୍ଥାନୀୟ ଜନସାଧାରଣଙ୍କ ଆେକ୍ରାଶକୁ ଦୃଷ୍ଟି ରଖି କୋଣାର୍କ ସୁରକ୍ଷା ସମିତି ଆଜି ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସ˚ଗଠନର ସଭାପତି ବାଦଲ ଦାଶଙ୍କ ସମେତ ସ˚ପାଦକ ରାମକୃଷ୍ଣ ମହାପାତ୍ର, ବରିଷ୍ଠ ସଦସ୍ୟ ଦିବାକର ନାୟକ, ବାବା ଶକ୍ତିଦେବ ଶତପଥୀ, ଭାଗୀରଥି ସ୍ବାଇଁ , ପ୍ରିୟର˚ଜନ ରଥ, କୁନାଲ ପାତ୍ର ପ୍ରମୁଖ ଥାନାରେ ପହଞ୍ଚି ଥାନା ଅଧିକାରୀ ସ˚ଜୀବ ପ୍ରଧାନଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ଏଥିେର କୁହାଯାଇଛି, େକାଣାର୍କ ମନ୍ଦିରରୁ ଅପସାରଣ କରାଯାଇଥିବା କାରୁକାର୍ଯ୍ୟ ପୂର୍ଣ୍ଣ ପଥର ଖଣ୍ତ ଏବେ କେଉଁଠି ରହିଛି, ତାର ତଦନ୍ତ କରାଯାଉ। ବର୍ଷ ବର୍ଷ ଧରି ମନ୍ଦିରର ରକ୍ଷଣାବେକ୍ଷଣ ନାମରେ କିଭଳି ଅର୍ଥ ତୋଷରପାତ ଚାଲିଛି, ତାହା ଲୋକଲୋଚନକୁ ଆସିପାରିବ ବୋଲି ସୁରକ୍ଷା ସମିତିର ସଭାପତି ବାଦଲ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର