ନୂଆଦିଲ୍ଲୀ : କୋଣାର୍କ ସୂର୍ଯ୍ୟ ମନ୍ଦିରର ଉଚିତ୍ଭାବେ ରକ୍ଷଣାବେକ୍ଷଣ କରାଯାଇ ପାରୁନାହିଁ। ମନ୍ଦିର ଅବସ୍ଥା ଏମିତି ଯେ କୌଣସି ସମୟରେ ମଧ୍ୟ ଏହାର ପଥର ଗୁଡ଼ିକ ଖସି ପଡ଼ିବ। ତେଣୁ ସୂର୍ଯ୍ୟ ମନ୍ଦିରର ରକ୍ଷଣାବେକ୍ଷଣ ଦାବିରେ ଆଜି ତିଲକମାର୍ଗ ସ୍ଥିତ ଏଏସ୍ଆଇ ମହାନିର୍ଦ୍ଦେଶକ ଉଷା ଶର୍ମାଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଣାର୍କ ସୂର୍ଯ୍ୟ ମନ୍ଦିର ସୁରକ୍ଷା ମହାସଂଘ ଦ୍ବାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଏସ୍ଆଇ ମହାନିର୍ଦ୍ଦେଶକଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇ କୋଣାର୍କର ସୁରକ୍ଷା ପାଇଁ ଉଚିତ୍ ପଦକ୍ଷେପ ନେବାପାଇଁ ଦାବି କରାଯାଇଥିଲା। ବିକ୍ଷୋଭ ପ୍ରଦର୍ଶନରେ ସ୍ବାମୀ ଅମୋଦି,ମୁକେଶ ଜୈନ, ସ୍ବର୍ଣ୍ଣା ଦତ୍ତ, ବୀରେନ୍ଦ୍ର ବନାରସୀ, ହରେକୃଷ୍ଣ ସୁବାଷ ଚନ୍ଦ୍ର, ରେଣୁ ଗୁପ୍ତା ପ୍ରମୁଖ ଭାଗ ନେଇଥିଲେ।
ଏଏସ୍ଆଇ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
କୋଣାର୍କ ସୂର୍ଯ୍ୟ ମନ୍ଦିରର ରକ୍ଷଣାବେକ୍ଷଣ ଦାବି
/sambad/media/post_attachments/wp-content/uploads/2019/02/konark-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)