ଭୁବନେଶ୍ୱର : ବିଶ୍ବପ୍ରସିଦ୍ଧ େକାଣାର୍କ ମନ୍ଦିରର ଜଗମୋହନ ସବୁ ଦୃଷ୍ଟିରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଏହାର ମୂଳଦୁଆ ଓ କାନ୍ଥ ସବୁ ପ୍ରକାରର ଚାପ ସମ୍ଭାଳିବାର ଶକ୍ତି ରଖିଛି। ଦୁଇଟି ପର୍ଯ୍ୟାୟରେ ବିଶଦ ଭାବେ ଅନୁଧ୍ୟାନ କରିବା ପରେ ଏକଥା ଆଉ କେହି ନୁେହଁ, ରୁର୍କିସ୍ଥିତ କେନ୍ଦ୍ରୀୟ କୋଠାବାଡ଼ି ଗବେଷଣା ପ୍ରତିଷ୍ଠାନ ଓ ଆନ୍ତର୍ଜାତିକ କୀର୍ତ୍ତିରାଜି ଓ ଐତିହ୍ୟସ୍ଥଳୀ ପରିଷଦ ଏଭଳି ରିେପାର୍ଟ ଦେଇଛନ୍ତି। ଏହି ବିେଶଷଜ୍ଞମାନେ କିନ୍ତୁ ଜଗମୋହନରୁ ବାଲି କାଢିବା ଲାଗି ରାଜି େହାଇନାହାନ୍ତି। ବରଂ ଦବିଯାଇଥିବା ଅଂଶରେ ସାନି ବାଲି ଭର୍ତି କରିବା ଲାଗି ସୁପାରିସ କରିଛନ୍ତି।
ଗତ ଡିସେମ୍ବର ୧୦ରେ ଭୁବନେଶ୍ବରରେ ତତ୍କାଳୀନ େକନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଏଭଳି ପରସ୍ପର ବିେରାଧୀ ମତ ବିଳମ୍ବରେ ହେଲେ ବି ସାମ୍ନାକୁ ଆସିଛି। ଏହି ବୈଠକର ବିରରଣୀରେ ଏମିତି ସୁପାରିସ କରାଯାଇଛି, ଯାହାକୁ ଦେଖି ବିେଶଷଜ୍ଞମାନେ ଚିନ୍ତାପ୍ରକଟ କଲେଣି। ପ୍ରଶ୍ନ ଉଠିଛି, ଯଦି ଜଗମୋହନ ଏତେ ସଶକ୍ତ ରହିଛି, ତେବେ ବାଲି ଭର୍ତି େହାଇ କାହିଁକି ରହିବ? ସର୍ବ ସାଧାରଣଙ୍କୁ ଏହି ଐତିହ୍ୟ କୀର୍ତିରାଜିକୁ ଭିତରୁ େଦଖିବା ପାଇଁ କାହିଁକି ବଞ୍ଚିତ କରାଯିବ? ୧୦୦ ବର୍ଷ ଭିତରେ ଆମ .ଇଞ୍ଜିନିୟରିଂ ଜ୍ଞାନ କୌଶଳରେ କିଛି ଉନ୍ନତି େହାଇନାହିଁ। ସେବେ ସୁରକ୍ଷା ଦେବା ପାଇଁ ବାଲି ଭର୍ତି କରାଯାଇଥିଲା। ଏବେ ବି ସେୟା?
ସବୁଠାରୁ ବଡ କଥା େହଉଛି, ରୁରକିର ବିେଶଷଜ୍ଞମାନଙ୍କ ଏଭଳି ପରସ୍ପର ବିେରାଧୀ ସୁପାରିସ ସଂପର୍କରେ ଡିସେମ୍ବର ମାସରେ ଭୁବନେଶ୍ବରରେ ଅନୁଷ୍ଠିତ େହାଇଥିବା ବୈଠକ ବିବରଣୀରେ ଉଲ୍ଲେଖ ରହିଛି। ଜାନୁଆରୀ ୭ ତାରିଖରୁ ଏଏସ୍ଆଇ କର୍ତୃପକ୍ଷ ଏହି ରିେପାର୍ଟ ପଠାଇଲେଣି। ୫ମାସ ବିତିଗଲାଣି। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଚୁପ କାହିଁକି ବସିଛି, ତାହା ବୁଝାପଡୁନାହିଁ। ବିଶ୍ବପ୍ରସିଦ୍ଧ େକାଣାର୍କ ବିେରାଧରେ ଏକ ବଡ଼ ଧରଣର ଷଡଯନ୍ତ୍ର ଚାଲିନି ତ?
ଏପଟେ ଇନଟାକ୍ ଓଡ଼ିଶା ଚାପ୍ଟର ଆବାହକ ଅମୀୟ ଭୂଷଣ ତ୍ରିପାଠୀ ଆଜି ଏ େନଇ ରାଜ୍ୟ ସରକାରଙ୍କୁ ଆପତ୍ତି ଜଣାଇଛନ୍ତି। ନୂଆ କରି ଦାୟିତ୍ବ େନଇଥିବା ରାଜ୍ୟ ସଂସ୍କୃତି ମନ୍ତ୍ରୀ େଜ୍ୟାତିପ୍ରକାଶ ପାଣିଗ୍ରାହୀଙ୍କୁ ଚିଠି େଲଖି ରୁରକି ବିେଶଷଜ୍ଞଙ୍କ ରିେପାର୍ଟକୁ ଗ୍ରହଣ ନ କରିବା ଲାଗି ପ୍ରବର୍ତାଇଛନ୍ତି। କେବଳ ସେତିକି ନୁେହଁ, ଇନଟାକ୍, ସଂରକ୍ଷଣ ପ୍ରକ୍ରିୟା ସହିତ ସଂପୃକ୍ତ ପୂର୍ବତନ ପୂର୍ତ ସଚିବ େଗାପାଳ ମିତ୍ର ଓ ଅନୀଲ େଦ ପ୍ରମୁଖଙ୍କ ସହିତ ଆେଲାଚନା ଲାଗି ପରାମର୍ଶ ଦେଇଛନ୍ତି। ଏଥିସହିତ ଶ୍ରୀ ତ୍ରିପାଠୀ େକାଣାର୍କ ସୁରକ୍ଷାକୁ ନେଇ ଘଟିଥିବା ସମୁଦାୟ ପ୍ରସଙ୍ଗ ସଂପର୍କରେ ସଂସ୍କୃତି ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।
କୋଣାର୍କର ବିପଜ୍ଜନକ ସ୍ଥିତି େନଇ ‘ସମ୍ବାଦ’ରେ ଲଗାତାର ରିେପାର୍ଟ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େକନ୍ଦ୍ର ସରକାରଙ୍କୁ ସେତେବେଳେ ଚିଠି େଲଖି ହସ୍ତକ୍ଷେପ େଲାଡିଥିଲେ। େକନ୍ଦ୍ର େପଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହିତ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ କରାଇଥିଲେ ଓ ପରବର୍ତୀ ସମୟରେ ତାଙ୍କ ପ୍ରଚେଷ୍ଟାରେ ଭୁବନେଶ୍ବରରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ େହାଇଥିଲା। ତତ୍କାଳୀନ େକନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, ତତ୍କାଳୀନ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅେଶାକ ପଣ୍ଡା, େକନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀ, ଏଏସଆଇ କର୍ତୃପକ୍ଷ, ବିେଶଷଜ୍ଞମାନେ ଦୀର୍ଘ ଦୁଇ ଘଣ୍ଟା ଧରି େକାଣାର୍କ ପ୍ରସଙ୍ଗରେ ତନାଘନା କରିଥିଲେ।
ବିେଶଷଜ୍ଞଙ୍କ ରିେପାର୍ଟରେ ଥିବା ତଥ୍ୟକୁ ତନ୍ନ ତନ୍ନ କରି ତର୍ଜମା କରିବା ପରେ େକନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ସେତେବେଳେ ଗଣମାଧ୍ୟମ ସାମ୍ନାରେ କହିଥିଲେ େଯ େକାଣାର୍କର ସ୍ଥିତି ଅନୁଧ୍ୟାନ କରିବା ଲାଗି ଆନ୍ତର୍ଜାତିକ ବିେଶଷଜ୍ଞଙ୍କୁ େନଇ ଏକ କମିଟି ଗଠନ କରାଯିବ। ରାଜ୍ୟ ସରକାରଙ୍କ ସହିତ ପରାମର୍ଶ କରି େକନ୍ଦ୍ର ସରକାର ଏହି କମିଟି ମାସକ ଭିତରେ ଗଠନ କରିେବ। କେବଳ ସେତିକି ନୁେହଁ, ସେହି ବୈଠକରେ ଯେଉଁସବୁ ନିଷ୍ପତ୍ତି ନିଆଯାଇଛି, ତାହାର କାର୍ଯ୍ୟକାରିତା ତଥା ଅଗ୍ରଗତି ନେଇ ସେହି ମାସ ୩୦ ତାରିଖ ଅର୍ଥାତ୍ ଡିସେମ୍ବର ୩୦ ତାରିଖ ଦିନ ପରେ ପୁଣି ଥରେ ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯିବ।
କୌତୂହଳର କଥା ହେଲା, ଓଡ଼ିଶା ଛାଡିବା ପରେ େକନ୍ଦ୍ର ପ୍ରତିନିଧିମାନେ େକାଣାର୍କ ସୁରକ୍ଷା ପ୍ରସଙ୍ଗକୁ ପୂରା ଭୁଲିଯାଇଛନ୍ତି। ନା ଆଉ ବୈଠକ ବସିଲା, ନା ଆନ୍ତର୍ଜାତିକ ବିେଶଷଜ୍ଞଙ୍କୁ ନେଇ କମିଟି ଗଠନ େହଲା। ବରଂ ଡିସେମ୍ବର ୧୦ ତାରିଖର ଏହି ବୈଠକର ବିବରଣୀ ଜାନୁଆରି ୭ ତାରିଖରେ ପ୍ରକାଶ ପାଇଛି। େସଥିରେ ମନ୍ତ୍ରୀଙ୍କର ଏସବୁ େଘାଷଣା ସଂପର୍କରେ କିଛି ବି ଉଲ୍ଲେଖ ନଥିବା ସୂଚନା ମିଳିଛି। ରୁରକି ରିେପାର୍ଟକୁ ବୈଠକରେ ଉପସ୍ଥିତ ବିେଶଷଜ୍ଞ ବିେରାଧ କରିବା ପରେ େକନ୍ଦ୍ରମନ୍ତ୍ରୀ ଏହି କମିଟି କଥା କହିଥିଲେ। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଏହା ରିେପାର୍ଟରେ ସ୍ଥାନ ପାଇନାହିଁ।
ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମଧ୍ୟ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ େଯଭଳି ଭୂମିକା ନିର୍ବାହ କରିବା କଥା ତାହା େଦଖାଯାଉନାହିଁ। େକନ୍ଦ୍ରସ୍ତରରେ ବୈଠକ ନ କରିବା ସଂପର୍କରେ ବିଭାଗ ତତ୍ପରତା େଦଖାଇନାହିଁ କିମ୍ବା ମନେ ପକାଇନାହିଁ। ବିବରଣୀ ରିେପାର୍ଟ ପାଇବା ପରେ ବି ହାତ ବାନ୍ଧି ବସିଛି। ରାଜ୍ୟର ଏତେ ବଡ଼ ପୁରାତନ କୀର୍ତିରାଜି ପ୍ରତି ଯଦି ସଂସ୍କୃତି ବିଭାଗର ଆଚରଣ ଏଭଳି ହୁଏ, ତେବେ ଅନ୍ୟ ଐତିହ୍ୟ େକ୍ଷତ୍ରର ଭବିଷ୍ୟତ େନଇ ପ୍ରଶ୍ନବାଚୀ ସୃଷ୍ଟି େହବା ସ୍ବାଭାବିକ।
ପ୍ରକାଶଥାଉକି, ଗତ ୪୦ ବର୍ଷ ଧରି ଅନ୍ତର୍ଜାତିକ ଖ୍ୟାତିସଂପନ୍ନ ବିେଶଷଜ୍ଞମାେନ େକାଣାର୍କ ଜଗମୋହନ ସଂପର୍କରେ ଅନୁଧ୍ୟାନ କରୁଛନ୍ତି। ୨୦୧୦ରେ ମଧ୍ୟ ଏକ ବଡ ସମ୍ମିଳନୀ େହାଇଥିଲା। ସେଥିରେ େକାଣାର୍କରୁ ବାଲି କାଢିବା ଉପରେ ମତ ପ୍ରକାଶ ପାଇଥିଲା।
କେବଳ ଏହି େଗାଟିଏ େକ୍ଷତ୍ରରେ ନୁହେଁ, େକାଣାର୍କର କୀର୍ତିରାଜି ନଷ୍ଟ େହାଇଯିବା ଓ ପଶ୍ଚିମ ପାର୍ଶ୍ବ କାନ୍ଥ ସମତଳ େହାଇଯିବା ସଂକ୍ରାନ୍ତରେ ବୈଠକର ବିବରଣୀରେ ଯାହା ସ୍ଥାନ ପାଇଛି, ତାହା ମଧ୍ୟ ବିେଶଷଜ୍ଞଙ୍କ ଭ୍ରୂକୁଞ୍ଚନ ସୃଷ୍ଟି କଲାଣି। ସମତଳ ପଥର ଲଗାଯିବା କଥାକୁ ଏଏସଆଇ ଫାଙ୍କି ଦେଇଛି। କହିଛି, ସେମାନେ ଲଗାଇ ନାହାନ୍ତି। ଗତ ୨୨ ବର୍ଷ ଧରି େକାଣାର୍କ ମନ୍ଦିରର ସୁରକ୍ଷା େସମାନଙ୍କ ହାତରେ ନ୍ୟସ୍ତ ରହିଛି। ଯଦି ଏଏସଆଇ ସମତଳ ପଥର ଲଗାଇ ନାହିଁ, ତେେବ କିଏ ଲଗାଇଲା? େସ େନଇ ମଧ୍ୟ ଏଏସଆଇ େଖାଳତାଡ କରୁନି କି ରାଜ୍ୟ ସରକାର? ଏତେ ବଡ଼ ପ୍ରସଙ୍ଗର ଉତ୍ତର କିଭଳି କାହା ପାଖରେ ରହୁନି, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କଲାଣି।
ଡିସେମ୍ବର ୧୦ ତାରିଖ ବୈଠକରେ ତଥ୍ୟ ଉପସ୍ଥାପନ କରି ରୁର୍କିସ୍ଥିତ କେନ୍ଦ୍ରୀୟ କୋଠାବାଡ଼ି ଗବେଷଣା ପ୍ରତିଷ୍ଠାନ ଓ ଆନ୍ତର୍ଜାତିକ କୀର୍ତ୍ତିରାଜି ଓ ଐତିହ୍ୟସ୍ଥଳୀ ପରିଷଦ କହିଥିଲେ, କୋଣାର୍କର ବର୍ତମାନର ମୁଖ୍ୟ ମନ୍ଦିରର ଭିତ୍ତିଭୂମି ତଳେ ରହିଥିବା ମାଟି ୨୨୩୨ କିଲୋ ନିଉଟନ୍/ମିଟର୍ ପର୍ଯ୍ୟନ୍ତ କ୍ଷମତାର ଚାପ ବା ଓଜନ ବହନ କରିପାରିବ। ହେଲେ ବର୍ତ୍ତମାନ କୋଣାର୍କ ମନ୍ଦିରର ଭିତ୍ତିଭୂମି ଉପରେ ସାମଗ୍ରିକ ଚାପ/ଓଜନ କ୍ଷମତା ୪୬୯ କିଲୋ ନିଉଟନ୍/ମିଟର ରହିଛି। ତେଣୁ ଭୂକମ୍ପ, ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟକୁ ସହିପାରିବାର କ୍ଷମତା ଏହି ଐତିହ୍ୟସ୍ଥଳୀର ରହିଛି। ଆଭ୍ୟନ୍ତରୀଣ ଜଗମୋହନରେ ଭର୍ତ୍ତି ହୋଇଥିବା ବାଲି କିଛି ମାତ୍ରାରେ ଦବି ଯାଇଥିବାରୁ ଉପରିସ୍ଥ ଭାଗରେ କିଛିଟା ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବର୍ତମାନର ତଥ୍ୟ ଅନୁସାରେ, ବାଲି ପାଖାପାଖି ୧୭ ଫୁଟ ଦବିଗଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/konark.jpg)