ଭୁବନେଶ୍ବର: ୧୯୯୭ ଓ ୨୦୧୦ ମସିହାରେ କୋଣାର୍କ ଉପରେ ଦୁଇ ଦୁଇଟି ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। କୋଣାର୍କର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ଓ ବିେଶଷଜ୍ଞ ଅେନକ ସୁପାରିସ୍ କରିଥିେଲ। ନିର୍ଦିଷ୍ଟ କି ସୁପାରିସ କରାଗଲା, ଏଏସ୍ଆଇ ତାହା ମଧ୍ୟରୁ େକଉଁ ସୁପାରିସକୁ େକତେଦୂର ପାଳନ କରିଛି, ତାର ଆଗ ଜବାବ ଦିଅ। ଏହି ରିେପାର୍ଟ ମିଳିବା ପରେ ରାଜ୍ୟ ସରକାର ଏକ ବିେଶଷଜ୍ଞ କମିଟି ଗଠନ କରିେବ ଓ ତାହାର ତର୍ଜମା େହବ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଏମିତି ଭାଷାେର ରାଜ୍ୟ ସରକାର ଏଏସ୍ଆଇ ଅଧିକାରୀଙ୍କ ଠାରୁ ଜବାବ ତଲବ କରିଛନ୍ତି। ସିଧା ସିଧା କୁହାଯାଇଛି, ବହୁତ ସମୟ େନଇଗଲ, ଆସନ୍ତା ଡିେସମ୍ବର ୧୫ ତାରିଖ ଭିତରେ ଏସବୁ ରିେପାର୍ଟ ମିଳିଯିବା ଦରକାର। ବିଶ୍ବ ପ୍ରସିଦ୍ଧ କୋଣାର୍କରୁ କାରୁକାର୍ଯ୍ୟ ଖଚିତ ମୂର୍ତ୍ତି କାଢ଼ିନେବା ପ୍ରସଙ୍ଗରେ ‘ସମ୍ବାଦ’ରେ ପ୍ରକାଶ ପାଉଥିବା ନିୟମିତ ଖବର ରାଜ୍ୟରେ ହଇଚଇ ସୃଷ୍ଟି କଲାଣି। ସଂସ୍କୃତି େପ୍ରମୀ, ଗବେଷକ, ବିେଶଷଜ୍ଞ, ମୂର୍ତି କାରିଗରମାେନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ସ୍ଥିତି ଦିନକୁ ଦିନ ଗମ୍ଭୀର ଆଡକୁ ଯାଉଥିବା ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି େକନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି େଲଖିଛନ୍ତି। ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ େକଇ ଘଣ୍ଟା ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ କରୁଥିବା େକନ୍ଦ୍ର ସରକାର ଏଯାଏ ଏହି ଚିଠିର ଜବାବ ଦେଇ ନାହାନ୍ତି। ଏପଟେ ଆଜି ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ବିଶେଷଜ୍ଞ, ଜନ ପ୍ରତିନିଧି, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଏଏସ୍ଆଇର ଓଡ଼ିଶା ଆଞ୍ଚଳିକ ମୁଖ୍ୟଙ୍କ ଉପସ୍ଥିତିରେ ଦୀର୍ଘ ସମୟ ଧରି ସରଗରମ ଆଲୋଚନା ହୋଇଥିଲା। ଗତକାଲି ଭଳି ଆଜି ବି ଏଏସ୍ଆଇର ଆଞ୍ଚଳିକ ଅଧିକାରୀମାନେ ସବୁ ଅଭିେଯାଗ ଫାଙ୍କି େଦଇଥିଲେ। କହିଥିଲେ, କୌଣସି ସ୍ଥାନରେ ପଥରର କାରୁକାର୍ଯ୍ୟ କଢ଼ାଯାଇ ନାହିଁ କି ଅପସାରିତ ହୋଇ ନାହିଁ। ଯେଉଁଠାରେ ଶୂନ୍ୟସ୍ଥାନ ରହିଛି ତାହାକୁ ସାଦା ପଥରରେ ପୂରଣ କରାଯାଇଛି ବୋଲି ପୁରୁଣା କଥାକୁ ଦୋହରାଇଥିଲେ। ବହୁ ବର୍ଷର ପୁରୁଣା ନିୟମକାନୁନ୍ ଦେଖାଇ ସମସ୍ତ ଅଭିେଯାଗକୁ ଟାଳି ଦେବାକୁ ଚେଷ୍ଟା କରିଥିଲେ। େହଲେ ଉପସ୍ଥିତ ଥିବା ବିେଶଷଜ୍ଞମାେନ ଏଏସ୍ଆଇର ମିଛକୁ ଧରା ପକାଇ େଦଇଥିଲେ। ୧୯୯୭ ଓ ୨୦୧୦ ମସିହାରେ କୋଣାର୍କ ଉପରେ ଦୁଇଟି ଆନ୍ତର୍ଜାତିକ ସମ୍ମିଳନୀରେ କି ସୁପାରିସ୍ େହାଇଥିଲା ବୋଲି ପଚରାଯିବା ପରେ ଅଧିକାରୀମାେନ ଥତମତ େହବା ଆରମ୍ଭ କରିେଦଇଥିେଲ। େସମାନଙ୍କ ପାଖରେ ଏ େନଇ କିଛି ତଥ୍ୟ ନଥିଲା। ସଂସ୍କୃତି ମନ୍ତ୍ରୀ ଓ ବିଶେଷଜ୍ଞମାନେ ଆହୁରି ପଚାରିଥିଲେ, ଏଏସ୍ଆଇ ଦ୍ବାରା ସଂରକ୍ଷିତ ହୁମାୟୁନ କବର ସଂରକ୍ଷଣ କରାଯିବା ବେଳେ ନୂଆ ଖୋଦିତ ପ୍ରସ୍ତର ଲଗାଯାଉଥିଲା ବେଳେ କୋଣାର୍କର ସୌନ୍ଦର୍ଯ୍ୟ ପାଇଁ ତାହା କାହିଁକି ହୋଇପାରିବ ନାହିଁ ? ଭିନ୍ନ ଭିନ୍ନ ଐତିହ୍ୟ ପାଇଁ ଏଏସ୍ଆଇର କଣ ପୃଥକ୍ ପୃଥକ୍ ନିୟମ ରହିଛି ? ଏଏସ୍ଆଇ ଅଧିକାରୀମାେନ ଏ ନେଇ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଦୁଇ ଦିନ ତଳେ ‘ସମ୍ବାଦ’ରେ ଏ େନଇ ଖବର ପ୍ରକାଶ ପାଇଥିଲା। ହୁମାୟନ୍ କବର ସଂରକ୍ଷଣ େକ୍ଷତ୍ରରେ ଯଦି କର୍ତୃପକ୍ଷ ଚିତ୍ର େଖାଦିତ କରି ପୂର୍ବଭଳି ପଥର ସ୍ଥାନୀତ କଲେ, େକାଣାର୍କ ଭଳି ଐତିହ୍ୟ େକ୍ଷତ୍ରରେ ଏକଥା କାହିଁକି େହବନାହିଁ େବାଲି ପ୍ରଶ୍ନ ଉଠାଯାଇଥିଲା। ଇନଟାକ୍ ରାଜ୍ୟ ଆବାହକ ତଥା ପୂର୍ବତନ ପୁଲିସ ମହାନିେର୍ଦଶକ ଏହି ପ୍ରଶ୍ନ ଉଠାଇଥିେଲ। ଦୀର୍ଘ ଆେଲାଚନା ପରେ ସରକାର ଶୁଣାଇଥିେଲ େଯ ପୂର୍ବରୁ େହାଇଥିବା ଦୁଇ ଦୁଇଟି ଆନ୍ତର୍ଜାତିକ ସମ୍ମିଳନୀର ସୁପାରିସ୍କୁ ଏଏସ୍ଆଇ କୋଣାର୍କ ସଂରକ୍ଷଣ କ୍ଷେତ୍ରରେ କେତେଦୂର ପାଳନ କରିଛି, ତାହାର ସବିଶେଷ ରିପୋର୍ଟ ଡିସେମ୍ବର ୧୫ ତାରିଖ ସୁଦ୍ଧା ଦେବ। ଏଏସ୍ଆଇ ମହାନିେର୍ଦ୍ଦଶକଙ୍କ ଅଧ୍ୟକ୍ଷତାରେ ଷ୍ଟିୟରିଂ କମିଟି ବୈଠକ ତୁରନ୍ତ କୋଣାର୍କଠାରେ ଡକାଇବାକୁ ଚିଠି ଲେଖାଯିବ। ବୈଠକରେ କୋଣାର୍କର ଢାଞ୍ଚାଗତ ସ୍ଥାୟିତ୍ବ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଥିଲା। ସଂରକ୍ଷଣ ଓ ପୁନରୁଦ୍ଧାର ବାବଦରେ ସବିଶେଷ କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ ହେବା ଆବଶ୍ୟକ। ମନ୍ଦିରର ସୌନ୍ଦର୍ଯ୍ୟ ଓ କାରୁକାର୍ଯ୍ୟକୁ ଅକ୍ଷୁଣ୍ଣ ଓ ସୁରକ୍ଷିତ ରଖିବା ଉଚିତ ବୋଲି ଉନ୍ନୟନ କମିସନର୍ ଆର୍ ବାଲକ୍ରିଷ୍ଣନ୍ ମତ ଦେଇଥିଲେ। ବୈଠକରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ର ନାଥ ସେଠୀ, ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଏଏସ୍ଆଇର ଓଡ଼ିଶା ଆଞ୍ଚଳିକ ମୁଖ୍ୟ ଅରୁଣ ମଲ୍ଲିକ, ଇନ୍ଟାକ୍ ରାଜ୍ୟ ଆବାହକ ଅମୀୟ ଭୂଷଣ ତ୍ରିପାଠୀ, ମନ୍ଦିର ସ୍ଥାପତ୍ୟ ବିଶେଷଜ୍ଞ େଗାପାଳ ଚନ୍ଦ୍ର ମିତ୍ର, ଓଡ଼ିଶା ପ୍ରତ୍ନତତ୍ତ୍ବ ବିଭାଗ ନିର୍ଦ୍ଦେଶକ ସଂଘମିତ୍ରା ଶତପଥୀ ଓ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସୁବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।