କୋଣାର୍କ: ଦୀର୍ଘ ୫ମାସ ପରେ ଆଜି ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିଥିବା ଜଣାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ସୂର୍ଯ୍ୟମନ୍ଦିର ଖୋଲିଛି । କରୋନା କଟକଣା କାରଣରୁ ଏହି ଐତିହାସିକ ପର୍ଯ୍ୟଟନ ସ୍ଥଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ।
କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ସକାଳ ୮ଟା ସମୟରେ ଖୋଲିଛି । ମନ୍ଦିର ଖୋଲିଥିଲେ ମଧ୍ୟ ପର୍ଯ୍ୟଟକଙ୍କୁ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପାଇଁ କରୋନା କଟକଣାକୁ ପାଳନ କରିବାକୁ ପଡ଼ୁଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳ ୮ଟାରୁ ଅପହାହ୍ନ ୧ଟା ଭିତରେ ସର୍ବାଧିକ ୧୫୦୦ ଓ ଅପହାହ୍ନ ୧ଟାପରେ ମାତ୍ର ୧ ହଜାରଜଣ ପର୍ଯ୍ୟଟକଙ୍କୁ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପାଇଁ ସୁଯୋଗ ମିଳିବ। ଏଥିଲାଗି ଅନଲାଇନ୍ ଟିକେଟର ବ୍ୟବସ୍ଥା କରାଯାଇଛି।
ପର୍ଯ୍ୟଟକଙ୍କ ମଧ୍ୟରେ ସାମାଜିକ ଦୂରତା , ମାସ୍କ ପିନ୍ଧିବା ବାଧ୍ୟତାମୂଳକ ,ଏକକାଳୀନ ୧୦୦ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ରହିବ । ୧୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଅନୁମତି ମିଳିବନି ବୋଲି କୁହାଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି କୋଣାର୍କ ସୂର୍ଯ୍ୟମନ୍ଦିର କର୍ତ୍ତୃପକ୍ଷ। ପ୍ରଥମ ପର୍ଯ୍ୟଟକଙ୍କୁ କୋଣାର୍କ ସୂର୍ଯ୍ୟମନ୍ଦିର କର୍ତ୍ତୃପକ୍ଷ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି ବୋଲି ଏଏସଆଇ ଅଧିକାରୀ ନୀରଜ ସିଂହ ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2020/02/konark-3-600x430.jpg)
ସକାଳ ୧୦ଟା ସୁଦ୍ଧା ମାତ୍ର ୨ଜଣ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ଲାଗି ଆସିଥିବା ଜଣାଯାଇଛି। ମନ୍ଦିର ଭିତରକୁ ଗାଇଡ୍ ଓ ଫଟୋଗ୍ରାଫରଙ୍କୁ ବାରଣ କରାଯାଇଛି। ମନ୍ଦିର ଭିତରକୁ ଗଣମାଧ୍ୟମକୁ ବି ବାରଣ କରାଯାଇଛି।