କୋଣାର୍କରେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ୍‌

ଭୁବନେଶ୍ୱର : କୋଣାର୍କ ମନ୍ଦିର ସମ୍ମୁଖରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିସନ୍‌ଙ୍କ ନିକଟରେ ପିଟିସନ୍‌ ଦାଖଲ ହୋଇଛି। ଏନ୍‌ଏ ଶାହା ଅନସାରି ନାମକ ଜଣେ ମାନବାଧିକାର କର୍ମୀ ଅଭିଯୋଗ କରିଛନ୍ତି କି, କୋଣାର୍କ ମନ୍ଦିର ନିକଟରେ ଅନେକ ମାନସିକ ବିକୃତ ପୁରୁଷ ଓ ମହିଳା ବୁଲାବୁଲି କରୁଛନ୍ତି। ଖାଦ୍ୟ ଅଭାବରୁ ସେମାନେ ଭିକ୍ଷାମାଗି ଖାଉଛନ୍ତି। ଏପରିକି ରାତି ବିତାଇବା ପାଇଁ ଆଶ୍ରୟସ୍ଥଳଟିଏ ମଧ୍ୟ ନାହିଁ। ସେମାନେ ବସଷ୍ଟାଣ୍ଡରେ ରାତି ବିତାଉଛନ୍ତି। ଏଭଳି ସ୍ଥିତିରେ ମାନବାଧିକାର କର୍ମୀ ଦାବି କରିଛନ୍ତି ଏହା ଦ୍ୱାରା ସେମାନଙ୍କ ମାନବାଧିକାର କ୍ଷୁଣ୍ଣ ହେଉଛି। ତେଣୁ ରାଜ୍ୟ ସରକାର ତୁରନ୍ତ ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଦେବା ସହିତ ରାତ୍ର ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଅନ୍‌ସାରି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର