ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ

କେନ୍ଦ୍ରାପଡ଼ା/ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲା ଜମପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ର˚ଜନ କୁମାର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କ ପାଖରୁ ଭିଜିଲାନ୍ସ ଟିମ୍‌ କୋଟିଏରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଛି ଓ ଟିମ୍‌ ତାଙ୍କୁ ଅଟକ ରଖିଛି।

ଆଜି ସକାଳୁ ଭିଜିଲାନ୍ସର ୪ଟି ଟିମ୍‌ ଶ୍ରୀ ନାୟକଙ୍କ କଳପଡ଼ାସ୍ଥିତ ବାସଭବନ ସମେତ ମେହେନ୍ଦିନଗର ପଞ୍ଚାୟତ ବାହାକଣ୍ତିଆସ୍ଥିତ ତାଙ୍କ ଶ୍ବଶୁର ଘର, ଜମପଡାସ୍ଥିତ ତାଙ୍କ ସଢ଼ୁଙ୍କ ଘର ଓ କର୍ମକ୍ଷେତ୍ର ଜମପଡା ଉଚ୍ଚ ବିଦ୍ୟାଳୟରେ ଚଢ଼ଉ କରିଥିଲେ। ଯାଞ୍ଚ ବେଳେ ଶ୍ରୀ ନାୟକଙ୍କ ସମ୍ପତ୍ତିର ମୂଲ୍ୟ ୧ କୋଟି ୬୦ ଲକ୍ଷ ଟଙ୍କା ହେବ ବୋଲି ପ୍ରାଥମିକ ଅଟକଳରୁ ଜଣାପଡ଼ିଛି। ତାଙ୍କ ପାଖରୁ ଭିଜିଲାନ୍ସ ଟିମ୍‌ ୧୮୦୦ ଟଙ୍କା ଜବତ କରିଥିବା ବେଳେ ବ୍ୟାଙ୍କ ବନ୍ଦ ଥିବା କାରଣରୁ ବ୍ୟାଙ୍କରେ ଥିବା ରାଶି ଓ ସମ୍ପତ୍ତିର ତଥ୍ୟ ମିଳିପାରି ନାହିଁ। ଶ୍ରୀ ନାୟକ ସମ୍ପତ୍ତିର ଆୟ ଉତ୍ସ ସମ୍ପର୍କରେ ସଠିକ୍‌ ତଥ୍ୟ ଦେଇ ପାରି ନ ଥିବାରୁ ଭିଜିଲାନ୍ସ ଟିମ୍‌ ତାଙ୍କୁ ହେପାଜତକୁ ନେଇ ପଚରାଉଚୁରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର