ଆଜି କୋରାପୁଟ ଭବନର ଉଦ୍‌ଘାଟନ

ଭୁବନେଶ୍ୱର : ଆସନ୍ତାକାଲି ଶବରୀ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ନୟାପଲ୍ଲୀର ସହିଦ୍‌ ଲକ୍ଷ୍ମଣ ନାୟକ ଭବନ ପରିସରରେ କୋରାପୁଟ ଭବନ ଉଦ୍‌ଘାଟିତ ହେବ। ରାଜ୍ୟସଭା ସଦସ୍ୟ ଏ.ଭି.ସ୍ୱାମୀ ଏହାର ଉଦ୍‌ଘାଟନ କରିବେ। ଏହି ସମାରୋହରେ ସଭାପତିତ୍ୱ କରିବେ ଅନୁସୂଚିତ ଜାତି, ଜନଜାତି ମନ୍ତ୍ରୀ ରମେଶ ମାଝୀ। ମାର୍ଚ ୨୯ ତାରିଖରେ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ  ସହିଦ୍‌ ଦିବସ ଅବସରରେ ଅନ୍ତର୍ଜାତୀୟ ସ୍ତରରେ ରଗ୍‌ବି ବିଜେତା ହୋଇଥିବା ସୀମାଦ୍ରି ମିଶ୍ର ଛାତ୍ରାବାସର ୧୨ଜଣ ଛାତ୍ର, ଆନ୍ତଃବିଶ୍ୱବିଦ୍ୟାଳୟ ସ୍ତରରେ ବିଜେତା ହୋଇଥିବା କିଟ୍‌ ବିଶ୍ୱବିଦ୍ୟାଳୟର ୧୨ଜଣ ଅନୁସୂଚିତ ଜନଜାତି ଛାତ୍ରଙ୍କୁ ସମ୍ବର୍ଧିତ କରାଯିବ। ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକାଙ୍କୁ ମଧ୍ୟ ସମ୍ବର୍ଧନା ଜ୍ଞାପନ କରାଯିବ ବୋଲି ସଂସଦର ସଂପାଦକ ସୁବାସ ଚନ୍ଦ୍ର ହୋତା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର