ବିଜେଡିରେ ଯୋଗଦେଲେ କୋରାପୁଟର ବିଜେପି ଓ କଂଗ୍ରେସ ନେତା

ଭୁବନେଶ୍ବର : କୋରାପୁଟ କୋଟପାଡ଼ ନିର୍ବାଚ ମଣ୍ଡଳୀ ବୋରିଗୁମ୍ମା ବ୍ଲକର ବିଜେପି ଓ କଂଗ୍ରେସର ଅନେକ ନେତା ବିଜେଡିରେ ଯୋଗଦେଇଛନ୍ତି। ଶନିବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବୋରିଗୁମ୍ମା ବ୍ଲକ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନିତା ପ୍ରଧାନ, କଣାଗାଁ ପଞ୍ଚାୟତ ବିଜେପି ସଭାପତି କାଶୀନାଥ ବିଷୋୟୀ, ଶଶାହାଣ୍ଡି ପଞ୍ଚାୟତ ବିଜେପି ପ୍ରଭାରୀ ରବୀନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ଲକ୍ଷ୍ମୀନାରାୟଣ ବିଷୋୟୀ, କାହ୍ନୁ ଚୌଧରୀ, ରାମଚନ୍ଦ୍ର ନାୟକ, ଆଉଁଳି ପଞ୍ଚାୟତର ବିଜେପି ନେତା ସୁଦର୍ଶନ ଭତ୍ରା, ଟଙ୍କଧର ନାୟକ, ଡେଙ୍ଗପଦର ପଞ୍ଚାୟତ ବରିଷ୍ଠ କଂଗ୍ରେସ ନେତା କେମରାଜ ମାଝୀ ଓ ସନସାଇ ଭତ୍ରା ବିଜେଡିରେ ଯୋଗଦେଇଛନ୍ତି। ସେହିପରି ଶଶାହାଣ୍ଡି ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ତିରୁପତି ପୂଜାରୀ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।

ଏତେ ସଂଖ୍ୟାରେ କଂଗ୍ରେସ ଓ ବିଜେପି କର୍ମୀଙ୍କ ବିଜେଡିରେ ଯୋଗଦାନ କୋରାପୁଟରେ ଦଳକୁ ଆହୁରି ମଜବୁତ କରିବ ବୋଲି କହିଛନ୍ତି ସଭାପତି ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନେତୃତ୍ବ ଏବିଂ କୋରାପୁଟରେ ଜନହିତକର କାର୍ଯ୍ୟକ୍ରମ ବିଜେଡିରେ ସାମିଲ ହେବାକୁ ଆକୃଷ୍ଟ କରିଛି ବୋଲି କହିଛନ୍ତି କୋରାପୁଟର ନେତୃମଣ୍ଡଳୀ।

ବିଜେଡିର ଏହି ଯୋଗଦାନ କାର୍ଯ୍ୟକ୍ରମରେ ଦଳର ସାଧାରଣ ସମ୍ପାଦକ ତଥା କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ଖଦି ଓ ଗ୍ରାମୋଦ୍ୟଗ ବୋର୍ଡ଼ ସଭାପତି ତେଜେଶ୍ବର ପରିଡ଼ା, କୋଟପାଡ଼ ନିର୍ବାଚନମଣ୍ଡଳୀ ସହ ପର୍ଯ୍ୟବେକ୍ଷକ ନାରାୟଣ ପାତ୍ର, ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଶିବ ପଟ୍ଟନାୟକ, ବୋରିଗୁମ୍ମା ବ୍ଲକ ବରିଷ୍ଠ ବିଜେଡି ନେତା କେଶବ ପଣ୍ଡା, ନରେନ୍ଦ୍ର ବିଷୋୟୀ ଓ ଅଜୟ କୁମାର ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର