ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି: ମୁଖ୍ୟ ବିଚାରପତିଙ୍କୁ ‌ଭେଟିଲେ କୋରାପୁଟ କେନ୍ଦ୍ରୀୟ କମିଟି ସଭ୍ୟ

କଟକ : ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ପ୍ରସଂଗକୁ ନେଇ ‌ଅବିଭକ୍ତ କୋରାପୁଟ ଜିଲ୍ଲା ଆଇନଜୀବୀ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ଅନଡିଭାଇଡେଡ୍ କୋରାପୁଟ ସିଡ୍ୟୁଲ ଡିଷ୍ଟ୍ରିକ୍ଟ ଆଡଭୋକେଟ୍‌ସ ସେଣ୍ଟ୍ରାଲ କୋ-ଅର୍ଡିନେସନ୍ ଆଣ୍ଡ ଆକ୍ସନ କମିଟି)ର ସଦସ୍ୟମାନେ ଆଜି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍.ଜାଭେରୀଙ୍କୁ ସାକ୍ଷାତ କରିଛନ୍ତି।

ଆଜି ସଂଧ୍ୟାରେ କମିଟିର ଏକ ପ୍ରତିନିଧି ମଣ୍ଡଳୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ତାଙ୍କ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ବାସଭବନରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଏ ପ୍ରସଂଗରେ ମୁଖ୍ୟ ବିଚାରପତିଙ୍କ ସହିତ ଆଲୋଚନା କରାଯାଇଛି ବୋଲି କମିଟି ସଦସ୍ୟମାନେ କହିଛନ୍ତି।

ଏ ସଂପର୍କିତ ପ୍ରସ୍ତାବ ଆସିଲେ ଫୁଲ କୋର୍ଟରେ ଏ ‌ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ବିଚାରପତି ପ୍ରତିଶ୍ରୁତି ଦେଇଥିଲେ ବୋଲି କମିଟି ଆବାହକ ରବୀନ୍ଦ୍ର କୁମାର ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର