କୋରାପୁଟ: କୋରାପୁଟ କଫି ଏବେ ଦୁବାଇ ବଜାରରେ ଚାହିଦା କାହିଁରେ କଣ। ଖାଲି ଦୁବାଇ କାହିଁକି ଅନ୍‌ଲାଇନ୍‌ ବଜାରରେ ମଧ୍ୟ କୋରାପୁଟ କଫି ବେଶ ଲୋକପ୍ରିୟ। ହେଲେ ଏହି କୋରାପୁଟ କଫି ପ୍ରତି କୋରାପୁଟ ପ୍ରଶାସନ ଯେମିତି ଦରଦ ଦେଖାଇବା କଥା ଦେଖାଉନାହିଁ। କୋରାପୁଟ କଫିକୁ ବୃଦ୍ଧି କରିବାକୁ ଜଳବାୟୁ ଯେତିକି ଆବଶ୍ୟକ ସାର, କଥା ମଧ୍ୟ ସେତିକି ଦରକାର। ସେଥିପାଇଁ ନୟାଗଡ ଚିନିକଳରୁ ଖତ ଆଣିଥିଲା କୋରାପୁଟ କଫି ଉପ ନିର୍ଦ୍ଦେଶାଳୟ। ହେଲେ କୋଟି କୋଟି ଟଙ୍କାର ଖତ ସିନା ଆଣିଲା ହେଲେ ଏହାକୁ କାର୍ଯ୍ୟରେ ଲଗାଇଲା ନାହିଁ। ବର୍ଷ ବର୍ଷ ଧରି ଏହା ପଡି ରହିବା ପରେ ଖତ ଖାଉଛି ବାୟୋ ଫର୍ଟିଲାଇଜର।

Advertisment

କୋରାପୁଟ ଜିଲ୍ଲା ଲଙ୍କାପୁଟ ଅଞ୍ଚଳରେ ଦେଢ ବର୍ଷ ହେଲା ପଡି ରହିଛି ୫୦ ବସ୍ତାରୁ ଅଧିକ ଖତ। ଏହି ଅଂଚଳରେ କୋରାପୁଟ କଫି ଉପନିର୍ଦ୍ଦେଶାଳୟ ପକ୍ଷରୁ କଫି ଚାରା ଲାଗଥିବାବେଳେ ପର୍ଯ୍ୟାୟକ୍ରମେ ଏହିଠାରେ ଏହି ଖତକୁ ଦିଆଯିବାକୁ କିଣାଯାଇଥିଲା ଖତ। ହେଲେ ଏହି ଖତକୁ ବ୍ୟବହାର କରା ନ ଯାଇ ପକାଇ ରଖିଥିବା ଦେଖିବାକୁ ମିଳିଛି। ପ୍ରତି ବ୍ୟାଗକୁ ୧୦୦୦ରୁ ୧୨୦୦ ଟଙ୍କା କିଣାଯାଇଥିବାବେଳେ ସରକାରୀ ତହବିଲରୁ ତିନିବର୍ଷରେ ଯାଇଛି କୋଟି କୋଟି ଟଙ୍କା ହେଲେ ପରିତାପର ବିଷୟକୁ ବ୍ୟବହାରକୁ ନ ନେଇ ଖରା, ବର୍ଷା, ଶୀତ‌ରେ ପକାଇ ରଖାଯାଇଛି। ଖାଲି କୋରାପୁଟ ବ୍ଲକର ଲଙ୍କାପୁଟ ନୁହେଁ ଜିଲ୍ଲାର ଲମତାପୁଟ, ନନ୍ଦପୁର, ଲକ୍ଷ୍ମୀପୁର ଓ ଦଶମନ୍ତପୁର ବ୍ଲକରେ ମଧ୍ୟ ସମାନସ୍ଥିତି ଦେଖିବାକୁ ମିଳିଛି।

publive-image

ତେବେ କୋରାପୁଟ ଜିଲ୍ଲାରେ ତିନିବର୍ଷରେ ପାଣି ପରି ଖର୍ଚ୍ଚ ହୋଇଛି ଟଙ୍କା ହେଲେ ସବୁ ଖତ ନିଦ୍ଦିଷ୍ଟ ସ୍ଥାନରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଗତ ତିନିବର୍ଷରେ କୋରାପୁଟ କଫି ଉପନି‌ର୍ଦ୍ଦେଶାଳୟ ପକ୍ଷରୁ ୨୧ ଲକ୍ଷ ୧୮ହଜାର ୬୨୫ ଟଙ୍କା ଖର୍ଚ୍ଚ କରିଥିବାବେଳେ ୨୦୨୧-୨୨ରେ ୧୫ଲକ୍ଷ୫୩ ହଜାର ୯୯୩, ୨୦୨୦-୨୧ରେ ୫ଲକ୍ଷ ୧୮ହଜାର ୩୧୪ ଓ  ୨୦୧୯-୨୦ ବର୍ଷରେ ୪୬ ହଜାର ୩୧୮ ଟଙ୍କା ଖର୍ଚ୍ଚ ହୋଇଛି। ତେବେ କଫିକୁ ସାଧାରଣତଃ ପ୍ରଥମ ପର୍ଯ୍ୟାୟରେ ବର୍ଷା ଆରମ୍ଭ ହେଉ ଓ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଆଉ ଥରେ ସାରଖତ ଦିଆଯିବା କଥା।ହେଲେ ଏହି କାର୍ଯ୍ୟ କରିପାରିନାହିଁ କୋରାପୁଟ ଜିଲ୍ଲା ପ୍ରଶାସନ। ପଫଳରେ ସୁଦୂର ନୟାଗଡରୁ ଆସି ଲକ୍ଷାଧିକ ଖତ ଗାଁ ମୁଣ୍ଡରେ ପଡି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି।

ଏନେଇ ଚାଷୀ ପ୍ରଦ୍ୟୁମ୍ନ ମୁଦୁଲି କହିଛନ୍ତି ଯେ ଦେଢବର୍ଷ ହେଲା ଖତ ଆସି ଗାଁ ମୁଣ୍ଡରେ ପଡିଛି। ହେଲେ ଏହାକୁ ଦିଆଯାଉନାହିଁ। ବର୍ଷା, ଖରା ଓଶୀତରେ ପଡି ପଡି ନଷ୍ଟ ହେଉଛି। ଆମେ ମାଗିଲେ ଦେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ କୋରାପୁଟ କଫି ଉପନି‌ଦେର୍ଶାଳୟର ପ୍ରସନ୍ନ କୁମାର ଜେନା କହିଛନ୍ତି ଯେ ମୁଁ ଏବେ ଯୋଗ ଦେଇଛି। ପ୍ରଥମେ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରୁଛି। ଯେଉଁଠି ଏହିପରି ସମସ୍ୟା ରହିଛି ସେଠାରେ ନିୟମ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ବୋଲି ସେ କହିଛନ୍ତି।