ଜୟପୁର: କୋରାପୁଟ ଜିଲାପାଳ ମହମ୍ମଦ ଆବବ୍ଦଲ ଅଖତର ଜୟପୁର ପୌରପାଳିକା ଅଧିନରେ ଚାଳିଥିବା ପୁନଃରୁଦ୍ଧାର ଓ ନିର୍ମାଣାଧୀନ ପ୍ରକଳ୍ପ ଜଗନ୍ନାଥସାଗର, ବିକ୍ରମଦେବ ବିଶ୍ବବିଦ୍ୟାଳୟର ‌ଆଡିଟୋରିୟମ୍ ଓ ମହିଳା ମହାବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଅନୁଦାନର ତଦାରଖ କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାମ ସାରିବାକୁ ଠିକାସଂସ୍ଥା ଓ ରାସ୍ତା ଓକୋଠାବାଡ଼ି ବିଭାଗର ନିର୍ବାହୀ ଯନ୍ତ୍ରୀ କ୍ଷୀରଧର କନ୍ଧପାଣୀ, କ୍ଷୁଦ୍ରଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, ଯନ୍ତ୍ରୀ ପ୍ରତାପ ଆଚାର୍ଯ୍ୟ, ଅଜୟ ଜାନୀ ଆଦିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଗନ୍ନାଥ ସାଗରର ପୁନଃରୁଦ୍ଧାର ପାଇଁ ପୌରପାଳିକା ପକ୍ଷରୁ ଚାଳିଥିବା ପ୍ରୟାସକୁ ସେ ଧନ୍ୟବାଦ ଦେଇଥିଲେ। ସାଗରର ଜଳନିଷ୍କାସନ ପାଇଁ କ୍ଷୁଦ୍ରଜଳସେଚନ ବିଭାଗର ସହାୟତା‌ରେ ୨ଟି ସ୍ଥାନରେ ୪ଫୁଟ ଗେଟ୍ ଉଠାଇ ପାଣି ନିଷ୍କାସନ ଆରମ୍ଭ କରିବାକୁ କହିଥିଲେ। କେତେ ପାଣି ନିଷ୍କାସନ୍ ହେଉଛି  ଠିକ୍ ଭାବେ ନିରୀକ୍ଷଣ କରିବା ପରେ ପଂଚାନନ୍ ମନ୍ଦିର ନିକଟରେ ଥିବା ସ୍ପିଲ ୱେରୁ ପାଣି ଛାଡ଼ିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

Advertisment

publive-image

ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ୮କୋଟିଟଙ୍କା‌ରେ ନିର୍ମାଣ ହେବାକୁ ଥିବା ଅଡିଟୋରିୟମ୍ କାମର ତଦାରଖ କରିଥିଲେ। ଏହା ପରେ ମହିଳା ମହାବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଟି ଦେଢ଼ କୋଟି ଟଙ୍କାରେ ନିର୍ମାଣ ଚାଳିଥିବା ଶ୍ରେଣୀ ପୁନଃରୁଦ୍ଧାର ଓ ଇ-ଲାଇବ୍ରେରୀ ଆଦି କାମର ନିରୀକ୍ଷଣ କରିଥିଲେ। ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡ.ଗୋପାଳ ହାଲଦାର, ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ସୁଚିତ୍ରା ମିଶ୍ର , ଅଧ୍ୟାପକ ଡ.ବିବେକାନନ୍ଦ ସୁନା ପ୍ରମୁଖ ଉପସ୍ଥିତ ଥିଲେ।