ଜୟପୁର: ଜୟପୁର ଏୟାରଷ୍ଟ୍ରିପର ଅନୁସଙ୍ଗିକ ଭିତ୍ତିଭୁମି ଓ ଉନ୍ନୟନ କାର୍ଯ୍ୟର ତଦାରଖ କରିଛନ୍ତି ଜିଲ୍ଲାପାଳ ଏମ୍ ଅବଦାଲ ଆଖତର। ଉପଜିଲ୍ଲାପାଳ ହେମକାନ୍ତ ସୟ, ପୂର୍ତ୍ତ ନିର୍ବାହୀଯନ୍ତ୍ରୀ ଇଂ.ଭାସ୍କର ଚନ୍ଦ୍ର ସାମନ୍ତରାୟ, ଏସଡିଓ ଇଂ.ବିଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ, ଏଠାରେ ଏବେ ନୂଆରେ ଟର୍ମିନାଲ କୋଠାର ସଂପ୍ରସାରଣ କୋଠା, ୱାର୍କସଫ, ଷ୍ଠାଫ କ୍ବାଟଂ ୬ର ନିର୍ମାଣ କାମ ଜାରୀ ରହିଛି।

Advertisment

publive-image

ଜାତୀୟ ରାପଥରୁ ଟର୍ମିନାଲ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ପ୍ରଶସ୍ତିକରଣ ଓ ସଂଯୋଗୀକରଣ ରାସ୍ତା କାମ ବି ଚାଳିଛି। ସେଭଳି ପାର୍ଶ୍ବ ଦେଇଯାଇଥିବା କେନାଲ ଉପରେ ୨୦୦ମିଟର ଲମ୍ବା ୧୫ମିଟର ଓସାରର କଲଭର୍ଟ କାମ ବି କରାଯିବାର ବାକି ରହିଛି। ଜିଲ୍ଲାପାଳ ଶ୍ରୀ ଆଖତର ଏସବୁ କାମର ତଦାରଖ କରିବା ସହ ତୁରନ୍ତ ତ୍ବାରାନ୍ବିତ କରି ଶୀଘ୍ର ସାରିବାକୁ ନିର୍ଦେଶ ଦେଇଥିଲେ। ଏହା ମଧ୍ୟରେ ଲାଇସେନସ୍ ‘ବି’ ପାଇଁ ଆବଶ୍ୟକ ପଢ଼ୁଥିବା ସମସ୍ତ ଅନୁସଙ୍ଗିକ ବ୍ୟବସ୍ଥା, ସୁବିଧା, ସୁଯୋଗ, ଭିତ୍ତିଭୁମି ଆଦିର ବିବରଣୀ ପ୍ରସ୍ତୁତ କରି ଏୟାରପୋର୍ଟ ଅଥରିଟି ନିକଟରେ ଦାଖଲ କରାଯାଇଛି। ଏହାରି ମଧ୍ୟରେ ଏୟାରପୋର୍ଟ ଅଥରିଟିର ଏକ ଟିମ୍ ଆସି ଦାଖଲ କରାଯାଇଥିବା ମାନୁଆଲ୍ ରିପୋର୍ଟକୁ ନେଇ ଯାଂଚ କରିବେ। ଏହି ମାନୁଆଲ ରିପୋର୍ଟକୁ ନେଇ ବି ଜିଲ୍ଲାପାଳ ତଦାରଖ କରିଥିଲେ। ଜିଲ୍ଲାପାଳ ଏୟାରଷ୍ଟ୍ରିପରୁ ସହର ମଧ୍ୟରେ ଟ୍ରାଫିକ୍ ଛକ, ଟାଉନହଲ୍ ପାର୍ଶ୍ବ ପାର୍କ ଆଦି ବି ବୁଲି ଦେଖିଥିଲେ। ବାକି ରହିଥିବା କାମ ଶୀଘ୍ର ସାରିବାକୁ ପରାମର୍ଶ ଦେଇଥିଲେ।