କୋଟିଆରେ ଜିଲ୍ଲାପାଳ

କୋରାପୁଟ : କୋରାପୁଟ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି ଓ କୋରାପୁଟ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ରବିବାର ବିବାଦୀୟ କୋଟିଆ ପଂଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଉଭୟ ତଳ ଗଂଜେଇପଦରରେ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। କୋଟିଆରେ ନିର୍ମାଣ ହେବାକୁ ଥିବା ସ୍କୁଲ କୋଠା, ହଷ୍ଟେଲ, ହସ୍ପିଟାଲ ଓ କ୍ଲଷ୍ଟର ବିଲ୍ଡିଂ ପାଇଁ ଚିହ୍ନଟ ଜମି ଦେଖିବା ପରେ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, କିଛି ଦିନ ତଳେ କୋଟିଆରେ ଆନ୍ଧ୍ର ପକ୍ଷରୁ ଉନ୍ନୟନ ମୂଳକ କାମ କରାଯାଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କୋରାପୁଟ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଥିଲା।

ସମ୍ବନ୍ଧିତ ଖବର