ଲକ୍ଷ୍ମୀପୁର : ପଶ୍ଚିମବଙ୍ଗର କୋଲକାତାଠାରେ ଅନୁଷ୍ଠିତ ହୋଇଥିବା ଯୁବମହୋତ୍ସବ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ସେମାନେ ଢେମ୍ସା ନୃତ୍ୟ ପରିବେଷଣ କରିଥିଲେ। ଲକ୍ଷ୍ମୀପୁର ବିଏସ୍ଏଫ୍ ୧୩୯ ବାଟାଲିଆନ୍ର ସହଯୋଗରେ ଏହି ଛାତ୍ରଛାତ୍ରୀମାନେ କୋଲକାତାର ବିଭିନ୍ନ ସ୍ଥାନ ପରିଭ୍ରମଣ କରିଥିବା ବେଳେ ସେଠାରେ ଅନୁଷ୍ଠିତ ହୋଇଥିବା ଯୁବମହୋତ୍ସବରେ ଯୋଗଦେଇ ଯେଉଁ ଢେମସା ନୃତ୍ୟ ପରିବେଷଣ କରିଥିଲେ ତାହା ଦର୍ଶକଙ୍କ ମନକୁ ବେଶ୍ ଛୁଇଁ ପାରିଥିଲାା ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନୃତ୍ୟ, ଗୀତ, ବକ୍ତୃତା, ପ୍ରବନ୍ଧ ଭଳି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରି ଫେରିଛନ୍ତିା କୋରାପୁଟ ଜିଲ୍ଲାର ଶୈଳୀରେ ସେମାନେ ନୃତ୍ୟ ଓ ଗୀତ ପରିବେଷଣ କରିଥିବା ବେଳେ ନୃତ୍ୟର ତାଳେ ତାଳେ ଅତିଥିମାନେ ମଧ୍ୟ ମଞ୍ଚରେ ନୃତ୍ୟ କରିଥିଲ। କୋରାପୁଟର ପରବରେ କୋଲକାତାର କଳାକାରମାନେ ଆସି ମଞ୍ଚ ଉପରେ ଯେମିତି ନୃତ୍ୟ କରିକି ଫେରିଛନ୍ତି ଠିକ୍ ସେହିପରି କୋରାପୁଟର ସଂସ୍କୃତି ଓ ପରମ୍ପରାକୁ ପଶ୍ଚିମବଙ୍ଗରେ ଛାତ୍ରଛାତ୍ରୀମାନେ ଦେଖାଇ ବେଶ୍ ପ୍ରଶଂସିତ ହୋଇଛନ୍ତିା ଛାତ୍ରଛାତ୍ରୀମାନେ ଫେରିବା ପରେ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ବିରେନ କୁମାର ଶତପଥି, ପ୍ରକାଶ କୁମାର ସେନାପତିଙ୍କ ସମେତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସେମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତିା ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ସହ ସାମାଜିକ କାର୍ଯ୍ୟରେ ନିୟୋଜିତ ଥିବା ବିଏସ୍ଏଫ ଯୋଗୁଁ ଗରିବ ମେଧାବି ତଥା ଆଦିବାସୀ ଛାତ୍ରଛାତ୍ରୀମାନେ ସୁଯୋଗ ପାଉଥିବା କାରଣରୁ ବିଏସ୍ଏଫକୁ ଧନ୍ୟବାଦ ପ୍ରଦାନ କରାଯାଇଛିା
କଲିକତାର ଯୁବମହୋତ୍ସବରେ ମନମୋହିଲା କୋରାପୁଟର ଢେମ୍ସା ନୃତ୍ୟ
/sambad/media/post_attachments/wp-content/uploads/2020/01/laxmipur-s.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)