ଜୟପୁର: ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପ୍ରସୂତି ଓମହିଳା ବିଭାଗରେ ସର୍ବୋତ୍ତମ ସେବା ଯୋଗାଇଥିବାରୁ ୨୦୨୧-୨୨ ‘ଲକ୍ଷ୍ୟ’ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ଏହାକୁ ଅଧାର କରି ଭୁବନେଶ୍ବରରେ ଆଜି ଡିଏଚଏଚ୍ ‌ସ୍ବାସ୍ଥ୍ୟ ସେବା ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଡାକ୍ତରଖାନା ପୁରସ୍କାର ହାସଲ କରିଛି। ଆଜି ଭୁବନେଶ୍ବରରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏହି ପୁରସ୍କାର ଦେଇଥିଲେ।

Advertisment

ଏହି ପୁରସ୍କାରକୁ ସିଡିଏମଓ ଡ.କାହ୍ନୁଚରଣ ପାତ୍ର, ଡିଏମଓ ଡ. ରବିନ୍ଦ୍ର ନାରାୟଣ ମିଶ୍ର, ଡିପିଏମ୍ ଶୁଭକାନ୍ତ ଗନ୍ତାୟତ, ହସ୍ପିଟାଲ ମ୍ୟାନଜର ରୁପସମୀ ମଧୁମିତା ନାୟକ ଗ୍ରହଣ କରିଛନ୍ତି। ଏହା ସହ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଗୋଷ୍ଠୀ ଚିକିତ୍ସା କେନ୍ଦ୍ର ୨୦୨୧-୨୨ କାୟକଳ୍ପ ପୁରସ୍କାର ପାଇଥିବାରୁ ମୁଖ୍ୟମନ୍ତ୍ରୀ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ସେଭଳି ଶ୍ରେଷ୍ଠ ଡାକ୍ତର ଭାବେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ.ଅରୁଣ କୁମାର ପାଢ଼ୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ସୂଚନ‌ାଯୋଗ୍ୟ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପ୍ରସୂତି ଓ ମହିଳା ବିଭାଗରେ ସର୍ବୋତ୍ତମ ସେବା ଯୋଗାଇଥିବାରୁ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ(ଡିଏଚଏଚ୍) ‘‘ଲକ୍ଷ୍ୟ’’ ପୁରସ୍କାର ପାଇଁ ଚୟନ କରାଯାଇଛି। ଗତ ୨୦୨୩ମାର୍ଚ୍ଚ ୨୩ ଓ ୨୪ତାରିଖରେ କେନ୍ଦ୍ରୀୟ ଟିମ୍ ଏଠାକୁ ପରିଦର୍ଶନରେ ଆସି ଲେବର ରୁମ ପାଇଁ ୯୨ପ୍ରତିଶତ, ଏବଂ ଓପରେସନ୍ ଥିଏଟର (ଓଟି) ପାଇଁ ୯୧ପ୍ରତିଶତ ନମ୍ବର ପାଇ ପ୍ଲାଟିନମ୍ କା‌ଟେ‌ଗୋରି ଦେଇଛନ୍ତି ବୋଲି କହିଛନ୍ତି ଡିଏମଓ ଡାକ୍ତର ଆରଏନ୍ ମିଶ୍ର। ଡାକ୍ତର, ନର୍ସ, ଆ‌ଟେଣ୍ଡାଣ୍ଟ, ସଫେଇ ଆଦି  ପରିଚାଳନା କରୁଥିବା ସମସ୍ତ କର୍ମଚାରୀଙ୍କ ସହଯୋଗ ଫଳ। ‘‘ଲକ୍ଷ୍ୟ’’ ସଫଳତା ସହ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଡାକ୍ତରଖାନା ପୁରସ୍କାର ମିଳିଥିବାରୁ ଏଠାରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ କର୍ମଚାରୀ ଖୁସି ପ୍ରକଟ କରିଛନ୍ତି।