କୋରାପୁଟ: ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡ଼ାବିଭାଗ କିମ୍ବା ଜିଲ୍ଲା କ୍ରୀଡ଼ଶ ସଂଘ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳନ କରାଯାଇ ନଥିଲେ ହେଁ ସହରର ଗୋଟିଏ ବେସରକାରୀ ବିଦ୍ୟାଳୟ ଓ କ୍ଲବ ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା।  ସ୍ଥାନୀୟ ସ୍ଵାମୀ ବିବେକାନନ୍ଦ ବନ ଭାରତୀ ବିଦ୍ୟାପୀଠ ରେ ଜାତୀୟ କ୍ରୀଡ଼ା ଦିବସ ଗୁରୁବାର ଦିନ ଖୁବ୍ ସୁନ୍ଦର ଭାବରେ ପାଳିତ ହୋଇଯାଇଛି। ଜାତୀୟ ଖେଳ ହକିର ବାଦ୍‌ଶାହା ମେଜର ଧ୍ୟାନଚାନ୍ଦଙ୍କ ୧୧୯ ତମ ଜନ୍ମବାର୍ଷିକୀ ବିଦ୍ୟାଳୟ ପରିସର ମଧ୍ୟରେ ପାଳନ କରାଯାଇଛି।

Advertisment

ଛାତ୍ରଛାତ୍ରୀମାନେ ପାଠ ପଢିବା ସହ କ୍ରୀଡାକୁ ମଧ୍ୟ ଗୁରୁତ୍ଵ ଦେବାକୁ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟତମ ଅତିଥି ରୂପେ ଶିକ୍ଷକ ଚନ୍ଦ୍ର ଶେଖର ପଣ୍ଡା ଦୈନନ୍ଦିନ ଜୀବନରେ କ୍ରୀଡାର ମହତ୍ତ୍ଵ ସମ୍ପର୍କ ରେ ବୁଝାଇଥିଲେ। କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ଏହି ଅବସରରେ ଛାତ୍ରୀଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ,ବକ୍ତୃତା,ସାଧାରଣ ଜ୍ଞାନ ପ୍ରଭୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷା ଅତସି ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମେଜର ଧ୍ୟାନଚାନ୍ଦଙ୍କ ଜୀବନୀ ବିଷୟ ରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ମାନେ ପାଠ ପଢିବା ସହ କ୍ରୀଡାକୁ ମଧ୍ୟ ଗୁରୁତ୍ଵ ଦେବାକୁ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟତମ ଅତିଥି ରୂପେ ଶିକ୍ଷକ ଚନ୍ଦ୍ର ଶେଖର ପଣ୍ଡା ଦୈନନ୍ଦିନ ଜୀବନରେ କ୍ରୀଡାର ମହତ୍ତ୍ଵ ସମ୍ପର୍କ ରେ ବୁଝାଇଥିଲେ। କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ସେହିପରି ଟାଉନସ୍ପୋଟିଂ କ୍ଲବ କୋରାପୁଟ ପକ୍ଷରୁ ଦିବସ ପାଳନ ଅବସରରେ ଏକ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରାରେ ସ୍ପୋର୍ଟସ ହଷ୍ଟେଲ କୋରାପୁଟ, କଳିଙ୍ଗ ସ୍ପୋର୍ଟସ ହୋଷ୍ଟେଲ, ସର୍ବୋଦୟ ସମିତି, ସହରର ବହୁ ବରିଷ୍ଠ ଓ କନିଷ୍ଠ କ୍ରୀଡାବିତଙ୍କ ସହ ଓଏସଏପିର ବ୍ୟାଣ୍ଡ ଦଳ ଭାଗ ନେଇଥିଲେ। ଟାଉନସ୍ପୋଟିଂ କ୍ଲବର ସଂପାଦକ ଜେ କ୍ରୀଷ୍ଣା(କାମନା) ରାଓଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କ୍ରୀଡାବିତ୍ କେ ସତ୍ୟନାରାୟଣ, ଜେ. କାମେଶ୍ବର ରାଓ, ପି.ମନ୍ମଥ ରାଓ, ଦେବେନ୍ଦ୍ର ମହାନ୍ତି, କୁମାର ରାଜୁ, ଜେ.ରଂଜିତ କୁମାର, ପୂର୍ବତନ ବିଧାୟକ ନିମାଇଁ ସରକାର, ଶରତ ପଟ୍ଟନାୟକ, ରୁପକ ତୁରୁକ ପ୍ରମୁଖ ଅତିଥି ଭାବେ ଭାଗ ନେଇଥିଲେ। ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ଦିବସକୁ ପାଳନ କରାଯାଇ ମେଜର ଧ୍ୟାନଚାନ୍ଦଙ୍କ ସଂପର୍କରେ ଯେଭଳି ସଚେତନତା ସୃଷ୍ଟି କରିବାକଥା କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବହୁ ବରିଷ୍ଟ କ୍ରୀଡାବିତ୍ କହିଛନ୍ତି।