ଜାଲ୍‌ ଟିଡିଆର ମାମଲା : ବାପା ପୁଅକୁ ଖୋଜୁଛି ପୁଲିସ

ଜୟପୁର : ତେଲଙ୍ଗିରି ଜଳସେଚନ ପ୍ରକଳ୍ପ ଓ କ୍ଷୁଦ୍ର ଜଳସେଚନ ବିଭାଗର ଠିକାକାମ ହାତେଇବାକୁ ଜାଲ୍‌ ଟିଡିଆର୍‌ ଦାଖଲ କରିବା ଘଟଣାରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। କିନ୍ତୁ ପୁଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ହିଁ ଠିକାଦାର ବାପା ପୁଅ ଦ୍ୱୟ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତ ବାପା ଗୌରାଙ୍ଗ ପ୍ରସାଦ ନାୟକ ଓ ପୁଅ ଗୋପାଳ କୃଷ୍ଣ ନାୟକଙ୍କୁ ଖୋଜା ଜାରି ରହିଥିବା ଜୟପୁର ସଦର ଓ ଟାଉନ ଥାନା ପୁଲିସ ପ୍ରକାଶ କରିଛି। ଗତକାଲି ଦୁହିଁଙ୍କ ନାମରେ ଥାନାରେ ଏତଲା ଦିଆଯାଇଥିଲା। ଏହାପରେ ପୁଲିସ ପୂଜାରୀପୁଟ ପୈତୃକ ବାସଭବନ ଓ ଜୟନଗର ସ୍ଥିତ ଘରେ ଚଢାଉ କରିଥିଲା। ତେବେ ପୁଲିସ ପହଞ୍ଚିବା ପୂର୍ବରୁ ଦୁହେଁ ପାର ହୋଇଯାଇଥିଲେ। ତେଣୁ ପୁଲିସକୁ ଖାଲି ହାତରେ ଫେରିବାକୁ ପଡିଥିଲା।

ସୂଚନାଯୋଗ୍ୟ, ତେଲଙ୍ଗିରି ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଇଂ. ଶରତ କୁମାର ପଣ୍ଡା ଠିକାଦାର ବାପା-ପୁଅ ଜାଲ ଟିଡିଆର ଦେଇ କାମ ନେଇଥିବା ଜାଣିବା ପରେ ଦୁଇଟି ଏତଲା ଦେଇଥିଲେ। ଆମ୍ବାଗୁଡା ଫାଣ୍ଡିରେ ଦେଇଥିବା ଏତଲାକୁ ଭିତ୍ତି କରି ଜୟପୁର ସଦର ଥାନାରେ ପ୍ରଥମେ ମାମଲା ରୁଜୁ ହୋଇଥିଲା। ସେହିପରି ଜୟପୁର ଟାଉନ ଥାନାରେ ଦ୍ୱିତୀୟ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର