ବଡ ସହରରେ କୋରାପୁଟ ଗଂଜେଇର ବେଶୀ ଚାଦିଦା

୧୦୦ ଟଙ୍କାରେ ବିକ୍ରି ହେଉଛି ଗଂଜେଇ ସିଗାରେଟ, ସେଲିବ୍ରିଟିଙ୍କ ପ୍ରଥମ ପସନ୍ଦ ପାଲଟିଛି

କୋରାପୁଟ : ଚାଷ ହେଉଛି କୋରାପୁଟରେ। କିନ୍ତୁ ବିକ୍ରି ହେଉଛି ମୁମ୍ବାଇ, ଦିଲ୍ଲୀ, ଗୋଆ ପରି ବଡ ବଡ ସହରରେ। ପୁଣି ଚାହିଦା ଏତେ ଯେ, ଯୋଗାଇ ହେଉନି। ଫଳରେ ସେଠାକାର ବେପାରୀ ଧାଇଁ ଆସୁଛନ୍ତି କୋରାପୁଟ। ଏଠ‌ାରୁ ଗଂଜେଇ ନେଇ ବିକୁଛନ୍ତି ବଡ ସହରରେ। ଏପରିକି ବିଭିନ୍ନ ବାରରେ ଗୋଟିଏ ଗୋଟିଏ ଗଂଜେଇ ସିଗାରେଟ ୧୦୦ ଟଙ୍କାରେ ବିକ୍ରି ହେଉଛି। ସେଲିବ୍ରିଟିରୁ ଆରମ୍ଭ କରି ବହୁ ଜଣାଶୁଣା ଲୋକ କୋରାପୁଟ ଗଂଜେଇ ମାୟାରେ ପଡିଛନ୍ତି। ଆଉ ଏହା ସାରା ଦେଶରେ କୋରାପୁଟର ଏକ ନକରାତ୍ମକ ଛବି ତିଆରି କରୁଛି।

ବଲିଉଡରେ ଡ୍ରଗ୍ସ ସେବନ ନେଇ ଏବେ ସାରା ଦେଶ ଉଠୁଛି, ପଡୁଛି। ଏପରରିକି ଡ୍ରଗ୍ସ ସେବନ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓଡ଼ିଶା ଲିଙ୍କ ସାମନାକୁ ଆସିଛି। ସେ ଏଠାରୁ ଗଂଜେଇ ଯୋଗାଡ କରିଥିଲାବେଳେ ଏହା କୋରାପୁଟରୁ ଯାଇଥିବା କୁହାଯାଉଛି। ଏକ ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁମ୍ବାଇ, ଦିଲ୍ଲୀ ଓ ଗୋଆରେ କୋରାପୁଟ ଗଂଜେଇର ଢେର ଚାହିଦା ରହିଛି। ସେଠାରେ ବହୁ ସେଲିବ୍ରିଟି କୋରାପୁଟ ଗଂଜେଇକୁ ପସନ୍ଦ କରିଥାନ୍ତି। କେବଳ ବଲିଉଡ ନୁହେଁ, ବିଭିନ୍ନ ଡ୍ୟାନ୍ସ ବାର ଓ କ୍ଲବରେ କୋରାପୁଟ ଗଂଜେଇ ଏକ ଦାମୀ ବ୍ରାଣ୍ଡ ଭାବେ ବିକ୍ରି ହୁଏ। ଗୋଟିଏ ଗୋଟିଏ ଗଂଜେଇ ସିଗାରେଟ ୧୦୦ ଟଙ୍କାରେ ବିକ୍ରି ହୁଏ। ବେଳେବେଳେ ଦର ଆହୁରି ଉଚ୍ଚା ରହେ। ବିଭିନ୍ନ ବଡ ବଡ ଶିକ୍ଷାନୁଷ୍ଠାନରେ ମଧ୍ୟ ଏହି ଗଂଜେଇ ଚାହିଦା ରହିଛି। କିଛି ପ୍ରତିଷ୍ଠିତ ବ୍ୟକ୍ତି ଗଂଜେଇ ସେବନ କରୁଥିବାରୁ ସେମାନଙ୍କ ପାଇଁ ଉଚ୍ଚା ଦର ସମସ୍ୟା କରେନି। ବରଂ କିଛି ଲୋକଙ୍କ କହିବ‌ାନୁଯାୟୀ, କୋରାପୁଟ ଗଂଜେଇର ମାନ ଭଲ ଥିବାରୁ ଯେତେ ଦର ହେଲେ ବି ଏହାକୁ କିଣିବାକୁ ଦିଲ୍ଲୀ ଓ ମୁମ୍ବାଇ ବାସିନ୍ଦାଙ୍କ ଏହା ପ୍ରଥମ ପସନ୍ଦ ପାଲଟି ଆସିଛି।

Deccan Chronicle

ବର୍ଷକ ଭିତରେ କୋରାପୁଟ ଜିଲ୍ଳାରେ ପ୍ରାୟ ୧୨୦ଟି ଗଂଜେଇ ମାମଲା ହୋଇଛି। ପାଖାପାଖି ୩୦ ହଜାର କେଜି ଗଂଜେଇ ଜବତ କରିଛି କୋରାପୁଟ ପୁଲିସ। ଆଉ ଏହି ପରିସଂଖ୍ୟାନ ହିଁ ବୟାନ କରୁଛି କୋରାପୁଟ ଜିଲ୍ଲାରେ ଚାଲିଥିବା ବ୍ୟାପକ ଗଂଜେଇ କାରବାରର ଭୟାନକ ଚିତ୍ରକୁ। ଗଂଜେଇ କାରବାରରେ ସଂପୃକ୍ତ ଶତାଧିକ ଲୋକଙ୍କୁ ଗିରଫ ହୋଇଥିବା ଲୋକଙ୍କ ଅଧିକାଂଶ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ବିହାରରୁ। ସେଠାକାର ଲୋକେ ଆସି ଏଠାରୁ ଅଳ୍ପ ଦରରେ ଗଂଜେଇ ନେଇ ସେଠାରେ ବିକ୍ରି କରୁଛନ୍ତି। ସୂଚନା ଅନୁସାରେ, କୋରାପୁଟରେ ଗଂଜେଇର ଦର ଅଳ୍ପ ରହିଛି। ଏଠାରେ କେଜି ପିଛା ପାଖାପାଖି ୧ ହଜାର ରହିଛି। ଭୁବନେଶ୍ବର ଗଲା ପରେ ଏହାର ଦର କେଜି ପିଛା ୩ ହଜାର ଛୁଉଁଛି। ଆଉ ଦିଲ୍ଲୀରେ ଏହା ଅମୂଲ ମୂଲ। ବ୍ୟବସାୟୀ ସେଠାକାର ବଜାରକୁ ଦେଖି ଦର କଷୁଛନ୍ତି। ଏପରିକି କେଜି ପିଛା ୧୦ ହଜାର ଟଙ୍କାରେ ବିକ୍ରି ହେଉଛି। ଏହି ବ୍ୟବସାୟରେ ଭଲ ଲାଭ ରହିଥିବାରୁ କିଛି ଲୋକ ଏହା ପ୍ରତି ଆକୃଷ୍ଟ ହେଉଛନ୍ତି।

ବଡ ସହରଗୁଡିକରେ ଗଂଜେଇର ଭଲ ଚାହିଦା ଥିବାରୁ କୋରାପୁଟରୁ ବିପୁଳ ମାତ୍ରାରେ ଗଂଜେଇ ବାହାରକୁ ଚାଲାଣ କରାଯାଉଛି। କୋରାପୁଟ ଜିଲ୍ଲାର ମାଛକୁଣ୍ତ, ଲମତାପୁଟ, ନନ୍ଦପୁର ଅ˚ଚଳରେ ବ୍ୟାପକ ଗ˚ଜେଇ ଚାଷ ହେଉଥିଲାବେଳେ ଏହା କୋରାପୁଟ ଓ ଜୟପୁର ଦେଇ ରାଜ୍ୟ ବାହାରକୁ ଚାଲାଣ ହେଉଛି। କୋରାପୁଟ ଜିଲ୍ଲା ଆନ୍ଧ୍ର ଏବ˚ ଛତିଶଗଡ ସୀମାନ୍ତରେ ଥିବାରୁ ଉଭୟ ପାର୍ଶ୍ବକୁ ଏଠାରୁ ଗ˚ଜେଇ ଚାଲାଣ ହେଉଛି। ଏହି ଦୁଇ ରାଜ୍ୟ ଦେଇ ବିହାର, ଉତ୍ତର ପ୍ରଦେଶ, ଦିଲ୍ଲୀ, ହରିଆନାକୁ ଯାଉଛି କୋରାପୁଟ ଗ˚ଜେଇ। ଜିଲ୍ଲାରୁ ଗ˚ଜେଇ ଚାଲାଣ ପାଇଁ ପାଇଁ ବହୁ ରୢାକେଟ କାମ କରୁଥିଲାବେଳେ ବାହାର ବ୍ୟବସାୟୀ ଆସି ଏଠାରୁ ଗ˚ଜେଇ ନେଇ ଯାଉଛନ୍ତି। ଜିଲ୍ଲାର ବିଭିନ୍ନ ଭାଗରେ ଗ˚ଜେଇ ମାଫିଆ ସେମାନଙ୍କ ନେଟଓ୍ୱାର୍କ ବଢାଇ ଦିଲ୍ଲୀ ଓ ମୁମ୍ବାଇ ପର୍ଯ୍ୟନ୍ତ ଚେର ଲମ୍ବାଇଛନ୍ତି। ସୂଚନା ଅନୁସାରେ, ଗ˚ଜେଇ ନେବା ପାଇଁ ରାଜ୍ୟ ବାହାରୁ ବ୍ୟବସାୟୀ ଆସୁଥିଲାବେଳେ କୋରାପୁଟ ଜିଲ୍ଲାର କିଛି ବ୍ୟବସାୟୀ ସେମାନଙ୍କ ସହ ହାତ ମିଳାଇଛନ୍ତି। ଜୟପୁର ଓ କୋରାପୁଟ ସହରର କିଛି ଗୁପ୍ତ ସ୍ଥାନରେ ଏହି ଗ˚ଜେଇ ଡିଲ ହେଉଛି। ଟଙ୍କା କାରବାର ସହ ଗ˚ଜେଇ ଚାଲାଣର ବ୍ଲୁ ପ୍ରିଣ୍ଟ ତିଆରି କରାଯାଉଛି। ଗ˚ଜେଇ ନେବା ପାଇଁ ଗାଡି ସହ ପାଇଲଟି˚ ଟିମ ମଧ୍ୟ ତିଆରି କରାଯାଉଛି। ପରେ ଆରମ୍ଭ ହେଉଛି ତାଙ୍କର ଅପରେସନ। କିଛି ଦିନ ତଳେ ଭୁବନେଶ୍ବରରୁ ନୂଆଦିଲ୍ଲୀ ଗଂଜେଇ ଚାଲାଣ କରାଯାଉଥିଲାବେଳେ ଭୁବନେଶ୍ବର ରେଳ ଷ୍ଟେସନରୁ ପୁଲିସ ଏହାକୁ ଜବତ କରିଥିଲା। ଟ୍ରଲି ବ୍ୟାଗରେ ଗଂଜେଇ ଭର୍ତ୍ତି କରି ଟ୍ରେନରେ ନିଆଯାଉଥିଲା। ଆଜି ଜୟପୁର ପୁଲିସ ୭ କୁଇଣ୍ଟାଲରୁ ଅଧିକ ଗଂଜେଇ ଜବତ କରିବା ସହ ଉତ୍ତରପ୍ରଦେଶର ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ଦିଲ୍ଲୀର ଏକ ଇନୋଭା କାର ଜବତ ହେବା ପରେ ଏହି ଗଂଜେଇର ଦିଲ୍ଲୀ ଲିଙ୍କ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର