ଅଜଣା ରୋଗ କବଳରେ ଅବିଭକ୍ତ କୋରାପୁଟ, କରୋନାଠାରୁ ଭୟଙ୍କର ହେଲାଣି ସ୍ଥିତି

ରାୟଗଡ଼ା/ମାଲକାନଗିରି/କୋରାପୁଟ: କେବଳ କରୋନା ନୁହେଁ, ଅଜଣା ‌େରାଗକୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ବାସ୍ଥ୍ୟ ସମସ୍ୟା ଅଣାୟତ୍ତ ହୋଇପଡ଼ିଛି। ଅଜଣା ଜ୍ବରରେ ରାୟଗଡ଼ା ଜିଲ୍ଲା କମ୍ପୁଥିବା ବେଳେ ମାଲକାନଗିରିରେ ମ୍ୟାଲେରିଆ ତା’ର କାୟା ମେଲାଇବା ଆରମ୍ଭ କରିଛି। ସେହିଭଳି, କୋରାପୁଟରେ ଅଜଣାରୋଗରେ ଶିଶୁଙ୍କ ମୃତ୍ୟୁ ଘଟଣା ପରିସ୍ଥିତିକୁ ବିଗାଡ଼ି ଦେଇଛି। କରୋନା ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଏହି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଏବେଠୁ ଦୃଷ୍ଟି ଦିଆନଗଲେ ପରିସ୍ଥିତି ଅସମ୍ଭାଳ ‌େହାଇପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ରାୟଗଡ଼ା, ଗୁଣପୁର ପୌର ପରିଷଦ ସମେତ କୋଲନରା, କଲ୍ୟାଣସିଂହପୁର, ଜେକେପୁରରେ ଅଜଣା ଜ୍ବରକୁ ନେଇ ଏବେ କୋକୁଆ ଭୟ ଖେଳି ଯାଇଛି। ଗତ ୧ ମାସ ମଧ୍ୟରେ ଜିଲ୍ଲାରେ କରୋନା ସ୍ଥିତି ଅଣାୟତ୍ତ ହୋଇଥିବା ବେଳେ ଅଜଣା ରୋଗର ଦାଉ କରୋନାକୁ ବଳି ଯାଇଛି। ଗତ ଦୁଇ ସପ୍ତାହ ଧରି ଗାଁର ଶତାଧିକ ଲୋକ ଅଜଣା ଜ୍ବରରେ ଆକ୍ରାନ୍ତ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲା। ୭୭ ଜଣଙ୍କ ନିକଟରୁ ସ୍ବାବ ସଂଗ୍ର କରି ଆରଏମଆରସିକୁ ପଠାଯାଇଥିଲା। ପରୀକ୍ଷା ପରେ ଗାଁର ୩ ଜଣଙ୍କ ସମେତ ମୋଟ ୪ ଜଣଙ୍କ ସ୍ବାବ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା।କୋରାପୁଟ ଜିଲ୍ଲା କାଠପଡା ପଂଚାୟତ ଅନ୍ତର୍ଗତ ମୂଷାପଦର ଗ୍ରାମର ତିନିଜଣ ଶିଶୁଙ୍କ ଅକାଳ ମୃତ୍ୟୁ ହୋଇଥିଲା ବେଳେ ୨୪ଘଣ୍ଟା ପରେ ବି ମୃତ୍ୟୁର କାରଣ ଜଣା ପଡ଼ିନାହିଁ। କାହିଁକି ଏହି ଶିଶୁଙ୍କ ମୃତ୍ୟୁ ହେଲା ତାର କାରଣ ଖୋଜିବା ପାଇଁ ଆଜି ଏକ ଡାକ୍ତରୀ ଟିମ୍‌ ଗାଁକୁ ଯାଇ ଛାନଭିନ କରିଛି। ଏ‌ପଟେ ୩ ଶିଶୁଙ୍କ ମୃତଦେହର ବ୍ୟବଚ୍ଛେଦ କରାଯାଇଛି। ତେବେ ଏମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାନପଡ଼ିବା ଚିନ୍ତାର ବିଷୟ ହୋଇଛି। ଅନ୍ୟପଟେ, ମ୍ୟାଲେରିଆ ପ୍ରବଣ ମାଲକାନଗିରିରେ ଏବର୍ଷ ଏହି ରୋଗ ନିଜର କାୟା ମେଲାଇବା ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ ଗତ ଜାନୁଆରି ମାରୁ ଜୁନ୍‌ ମଧ୍ୟରେ ୬୭୪୭ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବାବେଳେ ବଣ୍ଡାଘାଟିରେ ୬୦୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଗତ ଜୁଲାଇ ଏବଂ ଚଳିତମାସରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଏହିସବୁ ରୋଗକୁ ନେଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର