କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଇସ୍ତଫା

କୋରାପୁଟ : କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ଦେଇଥିବା ବେଳେ ରାଷ୍ଟ୍ରପତି ଏହାକୁ ଗ୍ରହଣ କରି ନେଇଛନ୍ତି।

କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଗତ ୨୦୧୫ ଅଗଷ୍ଟ ୭ ତାରିଖରେ ଦାୟିତ୍ବ ଗ୍ରହଣ କରିଥିଲେ। ୫ ବର୍ଷ ପାଇଁ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଏହା ପୂର୍ବରୁ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଜାନୁଆରୀ ୧୬ ତାରିଖରେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ତଥା ବିଶ୍ବବିଦ୍ୟାଳୟର ଭିଜିଟରଙ୍କୁ ସେ ପଠାଇ ଦେଇଥିଲେ। ରାଷ୍ଟ୍ରପତି ଏହି ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି। ଏଥିସହ ଆସନ୍ତା ୨୮ ତାରିଖରେ କୁଳପତି ପଦରୁ ଦାୟିତ୍ବ ହସ୍ତାନ୍ତର କରିବାକୁ ଜଣାଇଛନ୍ତି। ବିଶ୍ବବିଦ୍ୟାଳୟର ବରିଷ୍ଠତମ ପ୍ରଫେସରଙ୍କୁ ସେ ଏହି ଦାୟିତ୍ବ ହସ୍ତାନ୍ତର କରିବେ ବୋଲି କୁହାଯାଇଛି। କୁଳପତି ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ବିଶ୍ବବିଦ୍ୟାଳୟର ଲୋକ ସଂପର୍କ ଅଧିକାରୀ ଡଃ ଫଗୁନାଥ ଭୋଇ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର