କୋରାପୁଟ ସାଂସଦ ଝିନ୍ନ ହିକକାଙ୍କ ଅଙ୍ଗରକ୍ଷୀ ହେଲେ ଓଏଏସ୍

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ତିନି ତିନି ଜଣ ଓଡିଶା ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରୁ ଏଭଳି ସଫଳତା ପାଇବା କଷ୍ଟକର ହୋଇଥିଲେ ହେଁ ଏହାକୁ ସମ୍ଭବ କରି ଦେଖାଇଛନ୍ତି ଜିଲ୍ଲାର ସନ୍ଧ୍ୟା ସମରଥ, ମୋନିକା ରାୟ ଓ ନୀଳାଦ୍ରି ବିହାରି ଦାଡିଆ। ୯୭ତମ ରୢାଙ୍କରେ କୃତକାର୍ଯ୍ୟ ହୋଇଛନ୍ତି ନୀଳାଦ୍ରି ।

ନୀଳାଦ୍ରି ଗତ ୨୦୦୨ ମସିହାରେ କନେଷ୍ଟବଳ ପରୀକ୍ଷା ଦେଇ ସଫଳ ହୋଇଥିଲେ। କନେଷ୍ଟବଳ ଚାକିରି ପରେ ମାଓ ଦମନ ପାଇଁ ହାଇଦ୍ରାବାଦରେ ଗ୍ରେହାଉଣ୍ଡ ତାଲିମ ନେଇଥିଲେ। ୨୦୦୯ରେ ସ୍ପେଶାଲ ସିକ୍ୟୁରିଟି ଵିଙ୍ଗରେ ଯୋଗ ଦେଇଥିଲେ । ଏଠାରେ ଯୋଗଦାନ ପରେ କୋରାପୁଟ ସାଂସଦ ଝିନ୍ନ ହିକକାଙ୍କ ଅଂଗରକ୍ଷୀ ରୂପେ ନିଯୁକ୍ତି ପାଇଥିଲେ। ଅଙ୍ଗରକ୍ଷୀ କାମ କରିବା ସହ ସମୟ ବାହାର କରି ପାଠ ପଢିଥିଲେ। ସେ ଆଜି ମାଲକାନଗିରି ପହଞ୍ଚିବା ପରେ ତାଙ୍କ ଶୁଭେଚ୍ଛୁ, ବନ୍ଧୁ ଓ ପୁଲିସ ବିଭାଗ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ପରିକ୍ରମା କରାଯାଇଥିଲା । ମାଲକାନଗିରି ଜିଲ୍ଲାରେ ସେବା କରିବାର ସୁଯୋଗ ମିଳିଲେ ବହୁ କାମ କରିପାରନ୍ତେ ବୋଲି କହିଛନ୍ତି ନୀଳାଦ୍ରୀ ।

ସମ୍ବନ୍ଧିତ ଖବର