ରାୟଗଡ଼ା: କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ଏବେ ଗାଁକୁ ଗାଁ ଗସ୍ତ ଆରମ୍ଭ କରିଛନ୍ତି। ତାଙ୍କ ଦ୍ୱାରା ଆରମ୍ଭ ହେଇଥିବା କାର୍ଯ୍ୟକ୍ରମ 'ଭେଟ ଘାଟ' ମାଧ୍ୟମରେ ସମ୍ପ୍ରଦାୟ ସହ ଯୋଗାଯୋଗ ଜାରି ରଖିଛନ୍ତି। ଶନିବାର ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶ୍ରୀ ଉଲାକା କାଶୀପୁର ବ୍ଲକରେ ଗାନ୍ଧୀ ଭବନକୁ ସାଂସଦ ଉନ୍ନୟନ ପାଣ୍ଠିରୁ ନିର୍ମିତ ହେଇଥିବା ଗାନ୍ଧୀ ଭବନକୁ ଉଦଘାଟନ କରିଥିଲେ।
ଶୁକ୍ରବାର ନଅଟି ଗ୍ରାମପଞ୍ଚାୟତ ପରିଦର୍ଶନ କରିବା ପରେ ଗାଲିଗ ବଦରରେ ସାଧରଣତନ୍ତ୍ର ଦିବସ ଉପଲକ୍ଷେ ସେଠାରେ ପତାକା ଉତ୍ତୋଳନ କରିବା ପରେ ନିକଟସ୍ଥ ଖେଳ ପଡିଆର ସୁରକ୍ଷା ପ୍ରାଚୀର ସହିତ ଆଇପିଏଚ୍ଏସ୍ ଡେ କେୟାର ସବ୍-ସେଣ୍ଟର୍ କୋଠାଘରର ଉଦଘାଟନ କରିଥିଲେ।'ଭେଟ ଘାଟ ' କାର୍ଯ୍ୟକ୍ରମ ଆରମ୍ଭ କରି ଶ୍ରୀ ଉଲାକା ସକ୍ରିୟ ଭାବରେ ଲୋକଙ୍କ ସହ ଜଡିତ ହୋଇ ସେମାନଙ୍କ ସମସ୍ୟା ଏବଂ ଚିନ୍ତାଧାରାକୁ ଧ୍ୟାନ ଦେଇ ଶୁଶୁଛନ୍ତି। ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ତାଙ୍କର ପ୍ରତିଶ୍ରୁତି ସଂସଦ ସ୍ତରରେ ପ୍ରଭାବଶାଳୀ ପ୍ରତିନିଧିତ୍ୱ ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି। ତୃଣମୂଳ ସ୍ତରରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଲୋକଙ୍କ ଦୁଃଖସୁଖରେ ଭାଗିଦାରି ହେଉଛନ୍ତି।
ଶନିବାର କାଶୀପୁର ବ୍ଲକର ଖୁରିଗାଁ, ଚନ୍ଦ୍ରଗିରି, କାଶୀପୁର, ସିନ୍ଦିରଘାଟି, ସୁଙ୍ଗେର, ତଳଝିରି, ମାଣ୍ଡିବିସି, ଗୋଦିବାଲି ଭଳି ଦୁର୍ଗମ ଅଂଚଳ ଗସ୍ତ କରି ଲୋକଙ୍କ ସହ ସିଧା କଥାବାର୍ତ୍ତା କରିଛନ୍ତି। ଲୋକଙ୍କର ସମସ୍ୟାକୁ ପ୍ରାଥମିକତା ଦେଇ ସେ ଲୋକସଭାରେ ଏହାକୁ ପ୍ରଶ୍ନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଲୋକଙ୍କର ମୌଳିକ ସୁବିଧା ସେମାନଙ୍କର ହକ୍ ବୋଲି କହିଛନ୍ତି। ତେଣୁ ତୁରନ୍ତ ୨୩ ବର୍ଷ ସରକାର ଏହା ପୂରଣ କରୁ ବୋଲି ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/Rgda-MP-Saptagiri-ulaka-visit-villages-1.jpg)