କୋଲକାତାରୁ ଫେରିଥିଲେ କୋରାପୁଟର କରୋନା ଆକ୍ରାନ୍ତ ନର୍ସ

ଭୁବନେଶ୍ୱର: କୋରାପୁଟ କୁ ଛୁଇଁଛି କରୋନା | ଦକ୍ଷିଣ ଓଡିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଦଶମନ୍ତପୁରର ଜଣେ ୨୨ ବର୍ଷୀୟ ଯୁବ ସ୍ୱାସ୍ଥ୍ୟ କର୍ମୀଙ୍କ ନମୂନାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏହି ପୁରୁଷ ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ବାବଦରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି | ଏହି ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଜଣକ କୋଲକାତାରୁ କାର୍ଯ୍ୟରେ ଯୋଗ ଦେବାକୁ ଏପ୍ରିଲ ୧୪ ତାରିଖରେ ଫେରିଥିଲେ |

ଟ୍ରାଭେଲ ହିଷ୍ଟ୍ରୀକୁ ନଜରରେ ରଖି ତାଙ୍କୁ କ୍ଵାରାଣ୍ଟିନରେ ରଖାଯାଇଥିଲା | ଏହା ପରେ ତାଙ୍କର ନମୁନା ପରୀକ୍ଷା ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି | ତେବେ ସେ କାର୍ଯ୍ୟରେ ଯୋଗ ଦେଇନଥିଲେ ବୋଲି ସ୍ପଷ୍ଟ କରାଯାଇଛି | ଉଲ୍ଲେଖଯୋଗ୍ୟ କଥା ହେଲା ଏହି ସ୍ବାସ୍ଥ୍ୟକର୍ମୀଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା, ମାତ୍ର ନମୁନ‌ା ପରୀକ୍ଷା ପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ।


ତେବେ ଆଜି ଗୋଟିଏ ଦିନରେ ବାଲେଶ୍ୱରରେ ୬ ଓ କୋରାପୁଟରୁ ଜଣେ ଆକ୍ରାନ୍ତଙ୍କ ଚିହ୍ନଟ ହେବା ପରେ ବର୍ତ୍ତମାନ ରାଜ୍ୟରେ ପଜିଟିଭ ସଂଖ୍ୟା ୧୧୦ରେ ପହଞ୍ଚିଲା । ରାଜ୍ୟରେ ମୋଟ ସକ୍ରିୟ ସଂଖ୍ୟା ୭୨ ରହିଥିବା ବେଳେ ଏଯାବତ ୩୭ ଜଣ ସୁସ୍ଥ ହୋଇଛନ୍ତି । କିଛି ସମୟ ପୂର୍ବରୁ ଭୁବନେଶ୍ୱରର ଦୁଇ ଜଣ ସୁସ୍ଥ ହୋଇଥିଲେ ।

ସମ୍ବନ୍ଧିତ ଖବର