ଭୁବନେଶ୍ବର : କୋରାପୁଟ କଂଗ୍ରେସକୁ ନେଇ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି। ଦୁଇଦିନ ତଳେ ବିଧାୟକ ତାରାପ୍ରସାଦ ବାହିନୀପତି ନିଜ ସମର୍ଥକଙ୍କୁ ଧରି କଂଗ୍ରେସ ଭବନରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଆଜି ବିରୋଧୀ ଗୋଷ୍ଠୀ କଂଗ୍ରେସ ଭବନରେ ପହଞ୍ଚି ତାରା ଓ କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀଙ୍କ ବିରୋଧରେ ଫେରାଦ ହୋଇଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ବଦଳାଇବାକୁ ଦାବି କରିଛନ୍ତି।
କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ପଦ ପାଇଁ ସାଂସଦ ସପ୍ତଗିରି ଉଲ୍ଲାକା ଓ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ମଧରେ ଟଣାଓଟରା ଚାଲିଛି। ଆଜି କୋରାପୁଟ ଜିଲ୍ଲା କଂଗ୍ରେସର ଶତାଧିକ କର୍ମୀ କଂଗ୍ରେସ ଭବନକୁ ଆସିଥିଲେ। ମିନାକ୍ଷୀଙ୍କ ଜିଲ୍ଲା ସଭାପତି ପଦକୁ ସେମାନେ ବିରୋଧ କରିଥିଲେ। ଏହାସହ ସାଂସଦଙ୍କ ସମର୍ଥକମାନେ ମଧ୍ୟ ବିଧାୟକଙ୍କ ବିରୋଧରେ ନାରାବାଜି କରିଛନ୍ତି। ତେବେ ପିସିସି ସଭାପତି ଶରତ ପଟ୍ଟନାୟକ ଗୋଷ୍ଠୀ କନ୍ଦଳ ଚର୍ଚ୍ଚାକୁ ଏଡ଼ାଇ ଯାଇଛନ୍ତି। କିଏ ଜିଲ୍ଲା ସଭାପତି ହେବ ତା’ର ନିଷ୍ପତ୍ତି ଏଆଇସିସି ନେବ ବୋଲି ସେ କହିଛନ୍ତି।
ଉଲ୍ଲେଖ ଯେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ବଦଳିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଗତ ରବିବାର ବିଧାୟକ ତାରାପ୍ରସାଦ ବାହିନୀପତି କଂଗ୍ରେସ ଭବନରେ ନିଜ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟି ପୁନର୍ବାର ମିନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ କରିବାକୁ ଦାବି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/congress-bhawan.jpg)