କୋରାପୁଟ ଜିଲ୍ଲାରେ ୮୦.୩ ପ୍ରତିଶତ ମତଦାନ

କୋରାପୁଟ: ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ‌ରେ ଆଜି କୋରାପୁଟ ଜିଲ୍ଲାର ୩ଟି ବ୍ଲକରେ ମତଦାନ ହୋଇଛି। ବୋରିଗୁମ୍ମା, ସେମିଳିଗୁଡା ଓ ବନ୍ଧୁଗାଁ ବ୍ଲକରେ ଆଜି ମତଦାନ ହୋଇଥିବାବେଳେ ଏହି ତିନିଟି ବ୍ଲକରେ ଆଶାନୁରୂପ ମତଦାନ ହୋଇଥିବା ଜଣାପଡିଛି। ଜିଲ୍ଲାରେ ମୋଟ ୮୦.୩ ପ୍ରତିଶତ ମତଦାନ ହୋଇଥିବାବେଳେ ବନ୍ଧୁଗାଁରେ ୭୫ ପ୍ରତିଶତ, ସେମିଳିଗୁଡାରେ ସର୍ବାଧିକ  ୮୩.୨୯ ଓ ବୋରିଗୁମ୍ମାରେ ୭୫.୬ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ତେବେ କୋରାପୁଟ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ତିନି ବ୍ଲକରେ ମତଦାନକୁ ଅଧିକ କରିବାକୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସେମିଳିଗୁଡା, ବନ୍ଧୁଗାଁ ଓ ବୋରିଗୁମ୍ମାରେ ଏକାଧିକ ବୁଥରେ ମହିଳାଙ୍କ ପାଇଁ ପିଙ୍କ୍‌ ବୁଥତ କରାଯାଇଥିଲା। ଏହାକୁ ଆଦର୍ଶ ମତଦାନ କେନ୍ଦ୍ର ଭାବେ ପରିଗଣିତ କରାଯାଇ ମତଦାନ ସଂଗ୍ରହ କରାଯାଇଥିଲା। ସେମିଳିଗୁଡାର ପିତାଗୁଡା, ବୋରିଗୁମ୍ମା ଓ  ବନ୍ଧୁଗାଁରେ ମଧ୍ୟ ପିଙ୍କ ବୁଥ୍ କରାଯାଇ ସଂଗ୍ରହ କରାଯାଇଥିଲା ଭୋଟ। ଅନ୍ୟପକ୍ଷରେ ଏବେ ଯାଏ ଏହି ତିନି ବ୍ଲକର ଏକାଧିକ ବୁଥରୁ ବୁଥ ପାର୍ଟି ଫେରି ନ ଥିବାରୁ ମତଦାନ ଆହୁରିବୃଦ୍ଧି ପାଇବା ଆଶା କରାଯାଇଛି।

ଆଜି ସକାଳ ୭ଟା‌ରୁ ତିନି ବ୍ଲକର ସମସ୍ତ ବୁଥରେ ଆରମ୍ଭ  ହୋଇଥିଲା ମତଦାନ। ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା , ବନ୍ଧୁଗାଁ ଓ ସେମିଳିଗୁଡା ବ୍ଲକ ରେ ଆଜି ହୋଇଥିବା ନିର୍ବାଚନରେ ସମୁଦାୟ  ୧ ଲକ୍ଷ ୯୦ ହଜାର ୮୧୯ ଜଣ ଭୋଟର  ୬୧ ଟି ପଂଚାୟତରେ ଜିଲ୍ଲାପରିଷଦ ସଦସ୍ୟ , ପଞ୍ଚାୟତ ସରପଂଚ , ୱାର୍ଡ ମେମ୍ବର ଓ ସମିତି ସଦସ୍ୟଙ୍କୁ ନିର୍ବାଚିତ କରିବା ପାଇଁ  ଭୋଟଦେବାର ସୁଯୋଗ ପାଇଥିବା । ବୁଥ କେନ୍ଦ୍ର ରେ ପିପି ଇ କିଟ ପରିଧାନ କରିଥିଲେ ପୋଲିଂ ପାର୍ଟି।ଲୋକଙ୍କୁ ମତଦାନ କରିବା ଆଗ୍ରହ ସୃଷ୍ଟି କରିବା ସହ  କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିବାକୁ ଏଭଳି ପ୍ରାୟାସ କରାିଛି ଜିଲ୍ଲା ସ୍ବାସ୍ତ୍ୟ ବିଭାଗ ଓ ପ୍ରଶାସନ କରୋନା ମହାମାରୀ କୁ ଦୃଷ୍ଟିରେ ରଖି ଚଳିତ ପଞ୍ଚାୟତ ନିର୍ବାଚନ ରେ ସେମିଲିଗୁଡା ବ୍ଲକ ପ୍ରାଥମିକ ବିଦ୍ୟାଳୟ କକରିଗୁଡା ର ବୁଥ ନଂ -୩ ରେ ପିପି କିଟ ପରିଧାନ କରିଥିଲେ ପୋଲିଂ ପାର୍ଟି । ଭୋଟ ଗ୍ରହଣ ଆରମ୍ଭ ଠାରୁ ସରିବା ପର୍ଯ୍ୟନ୍ତ ପୋଲିଂ ଟିମ ବୁଥରେ ପିପି ଇ କିଟ ପରିଧାନ କରିଥିଲେ । ଏହା ଭୋଟରଙ୍କୁ ଚକିତ କରିବା ସହ ଭୋଟ ଦେବାରେ ଆଗ୍ରହ ସୃଷ୍ଟି କରିଥିଲା ।  କରୋନା ମହାମାରୀ କୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷା କରିବା ସହିତ ଶାନ୍ତି ଶୃଙ୍ଖଳା ସହକାରେ ଭୋଟ କେନ୍ଦ୍ର ରେ  ମତ ଦାନ କରାଯାଇଛି.ଗ୍ରାମବାସୀ ସାମାଜିକ ଦୂରତା ରକ୍ଷା କରିବା ସହିତ ଧାଡି ବାନ୍ଧି  ମତ ଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି।

ସମ୍ବନ୍ଧିତ ଖବର