କୋରାପୁଟ : ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣକୁ ବିରୋଧ କରି ସାଧାରଣ ବର୍ଗଙ୍କ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି। ପ୍ରସ୍ତାବିତ ଏହି ଭାରତ ବନ୍ଦକୁ କୋରାପୁଟର ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ସମାଜ ବିରୋଧ କରିଛନ୍ତି। ଆଜି ଅତିଥି ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସମାଜ ପକ୍ଷରୁ କୁହାଯାଇଛି ଯେ, ସବୁବେଳେ ପଛୁଆ ଥିବା ଏହି ଗୋଷ୍ଠୀର ସଂରକ୍ଷଣ ପାଇବା ଏକ ସାମ୍ବିଧାନିକ ଅଧିକାର। ଅନ୍ୟମାନେ ଏହାକୁ ବିରୋଧ କରିବା ଠିକ ନୁହେଁ। ସେହିପରି ସଂରକ୍ଷଣ ବିରୋଧରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଯେଉଁ ପ୍ରକାର ପ୍ରଚାର ପ୍ରସାର କରାଯାଉଛି ତାହାକୁ ସମାଜ ନିନ୍ଦା କରିଛି। ପଛୁଆ ଲୋକଙ୍କ ଠାରୁ ସାମ୍ବିଧାନିକ ଅଧିକାର ଛଡାଇ ନେବା ପାଇଁ କିଛି ଲୋକ ଷଡ଼ଯନ୍ତ୍ର କରୁଛନ୍ତି। କିନ୍ତୁ ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ସମାଜ ପକ୍ଷରୁ କୁହାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ସମାଜ ସଭାପତି ଦାମୋଦର ଜାନୀ, ସଂପାଦକ ପଦ୍ମନାଭ ଜାନୀ, ଜିଲ୍ଲା ଡମ ସମାଜ ସଭାପତି ଶୁକ୍ରୁ ଖରା, ସଂପାଦକ ଭଗବାନ ଖିଲ, ସନିଆ ନାଗ, ସୁନା ଜାନୀ, ପି.ଡି. ଦିଶାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଭାରତ ବନ୍ଦକୁ କୋରାପୁଟର ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ସମାଜର ବିରୋଧ
/sambad/media/post_attachments/wp-content/uploads/2018/10/koraput.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)