କୋରାପୁଟ: କୋରାପୁଟ ଭବାନୀନଗରର ଶୁଭାଶିଷ ରଥ ଜଣେ ମାତ୍ର ଓଡିଶାର ଏବଂ ଓଡିଆ ଭାବେ ଗତ କାଲି ଚେନ୍ନାଇ ଓଟିଏ ମିଲିଟାରୀ ଏକାଡେମୀ ପାସିଙ୍ଗ ଆଉଟ୍ ପ୍ୟାରେଡରେ ଲେଫ୍ଟନେଣ୍ଟ ଭାବେ ପାସ୍ କରିଛନ୍ତି। ଏହା ଓଡ଼ିଶା ଓ କୋରାପୁଟ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ।

Advertisment

ଏସମ୍ପର୍କରେ କୋରାପୁଟରେ ପ୍ରଚାର ହେବା ପରେ ଖୁସିର ଲହରି ଖେଳିଯାଇଛି। ଦେଶମାତୃକାର ସେବା ପାଇଁ ଜଣେ କୋରାପୁଟିଆ ସାମିଲ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ଲେଫ୍ଟନାଣ୍ଡ ଶୁଭାଶିଷ ହେଉଛନ୍ତି କୋରାପୁଟ ଭବାନୀନଗରରେ ରହୁଥିବା ବ୍ୟବସାୟୀ ପତିତପାବନ ରଥ ଓ ମା ଶିକ୍ଷୟତ୍ରୀ ପୁଷ୍ପଲତା ରଥଙ୍କ ପୁତ୍ର। ଗତ କାଲି ଉଭୟ ଚେନ୍ନାଇରେ ନିୟମ ଅନୁଯାୟୀ ତାରକା ପିନ୍ଧାଇ ଦେଶମାତୃକାର ସେବା ପାଇଁ ପୁଅଙ୍କୁ ସର୍ମପିତ କରିଥିବା କହିଛନ୍ତି।

ଗତ ବର୍ଷ ତଳେ ଓଡିଶାରୁ କୋରାପୁଟ ଜିଲ୍ଲାର ଜଣେ ମାତ୍ର ଭାରତୀୟ ସେନାର ଏନସିସି ପ୍ରବେଶ  ପରୀକ୍ଷାରେ ସର୍ବ ଭାରତୀୟସ୍ତରରେ  ୪୦ ଜଣଙ୍କ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ  ମଧ୍ୟରେ  ୧୯ନମ୍ବର ମୋଧାତାଲିକାରେ ରହି ଲେଫ୍ଟନାଣ୍ଟ ପଦବୀ ପାଇଁ ସେ ଚୟନ ହୋଇଥିଲେ।

ମାତ୍ର ୨୧ ବର୍ଷ ବୟସରେ କମିସନଡ଼ ଅଫିସର ଭାବେ ସ୍ଥଳ ସେନାରେ ଯୁଦ୍ଧଶ୍ରେଣୀରେ  ନିଯୁକ୍ତ ହୋଇଛନ୍ତି। ଓଡ଼ିଶାର ପ୍ରଥମ ଅବସର ପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ  ନାରାୟଣ ମହାନ୍ତି ଓ କୋରାପୁଟର ବର୍ତ୍ତମାନର ବ୍ରିଗେଡିୟର  ସଞ୍ଜୟ ମହାନ୍ତି କୋରାପୁଟ ସରକାରୀ ମହାବିଦ୍ୟାଳୟ  ଏନସିସି ଓ ସହରର ବହୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ଅଧିକ ପଢ଼ନ୍ତୁ: କଏଦୀଙ୍କ ପାଇଁ ନାହାନ୍ତି ମନସ୍ତତ୍ତ୍ବବିଦ୍, ବଦଳୁନି ମାନସିକ ସ୍ଥିତି

ଆକାଶ ବାହିନୀର ତିନି ଚେତକ ହେଲିକେପଟର ପ୍ୟାରେଡ ଉପରେ ଉଡି କ୍ୟାଡେଟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ୧୫୦ ଜଣ କ୍ୟାଡେଟ ପାସିଙ୍ଗ ଆଉଟ୍ ପ୍ୟାରେଡରେ ଯୋଗ ଦେଇଥିଲେ।  ମାଟି ମା’ପାଇଁ ସାମରିକ ବିଭାଗରେ ରହି  ସେବା କରିବାକୁ ମିଳିଥିବା ସୁଯୋଗ ଯୋଗୁ ସେ ଗର୍ବିତ ବୋଲି ଶୁଭାଶିଷ କହିଛନ୍ତି। ଶୁଭାଶିଷଙ୍କ ଏହି ସଫଳତା ଜିଲ୍ଲାର ଯୁବପିଡିକୁ ଦେଶ ସେବା ପାଇଁ ସାମରିକ ବିଭାଗରେ ଯୋଗ ଦେବା ପାଇଁ ମାର୍ଗଦର୍ଶନ ଦେବ। 

ଅଧିକ ପଢ଼ନ୍ତୁ: ଶିକ୍ଷା ଆଉ ଏକ ସମସ୍ୟା ନୁହେଁ, କିନ୍ତୁ ପ୍ରକୃତ ଚ୍ୟାଲେଞ୍ଜ ହେଉଛି ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା: ମୁଖ୍ୟମନ୍ତ୍ରୀ