ଆଜି କୋସଲ ମହାବନ୍ଦ : ସକାଳ ୬ଟାରୁ ସଂଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଇଁ ଡାକରା

ସମ୍ବଲପୁରରେ ସବୁ ଖୋଲା ରଖିବାକୁ ଆହ୍ବାନ

ବରଗଡ଼/ସମ୍ବଲପୁର : ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବିରେ ସୋମବାର ମହାବନ୍ଦ ଡାକରା ଦିଆଯାଇଛି। ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡରେ ଏହି ବନ୍ଦ ପାଳନ କରାଯିବ ବୋଲି କୋଶଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ କୁହାଯାଇଛି। ତେବେ ସମ୍ବଲପୁରରେ ଏହି ବନ୍ଦକୁ ବିରୋଧ କରାଯାଇଛି। ସମ୍ବଲପୁରରେ ବନ୍ଦ ପାଳିତ ହେବ ନାହିଁ ଓ ସବୁ ଖୋଲା ରଖିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି। ବରଗଡ଼ଠାରେ ସମିତିର କେନ୍ଦ୍ରୀୟ ସାଧାରଣ ସଂପାଦକ ସୁନୀଲ ପୁରୋହିତ ଏକ ପ୍ରେସ ବିଜ୍ଞପ୍ତିରେ ବନ୍ଦ ସଂପର୍କରେ ସୂଚନା ଦେଇଛନ୍ତି। ସକାଳ ୬ରୁ ସଂଧ୍ୟା ୬ ଯାଏଁ ସବୁ ଗାଡ଼ିମଟର ଚଳାଚଳଠାରୁ ଶିକ୍ଷାନୁଷ୍ଠାନ, ଅଫିସ ଓ ଦୋକାନବଜାର ବନ୍ଦ ରଖିବାକୁ ଆହ୍ବାନ ଦିଆଯାଇଛି। ତେବେ ସମ୍ବଲପୁରକୁ ଏହି ମହାବନ୍ଦକୁ କୋସଲ ରାଜ୍ୟ ସମନ୍ବୟ ସମିତି ବାଦ୍ ଦେଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର