କୋଶଲି କ୍ରିୟାନୁଷ୍ଠାନ କମିଟିର ଶୋଭାଯାତ୍ରା

ବଲାଙ୍ଗୀର : କୋଶଳାଞ୍ଚଳର ବିଭିନ୍ନ ଜିଲ୍ଲାରେ ବ୍ୟବହୃତ ହେଉଥିବା କୋଶଲି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରି ସାମ୍ବିଧାନିକ ମାନ୍ୟତା ଦେବା, କୋଶଲି ଏକାଡେମି ଗଠନ କରିବା ଦାବି ନେଇ ରବିବାର ବଲାଙ୍ଗୀରରେ ଏକ ବିଶାଳ ଶୋଭାଯାତ୍ରା କରାଯାଇଛି। ଏଥିରେ ଶତାଧିକ କବି ଓ ଲେଖକଙ୍କ ସହିତ ସାରସ୍ୱତ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇ ସହର ପରିକ୍ରମା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୋଶଲି କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶୋଭାଯାତ୍ରା ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିରଠାରୁ ବାହାରି ସହର ପରିକ୍ରମା କରିବା ପରେ ଅମଲା ଭବନଠାରେ ପହଞ୍ଚିଥିଲା। ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଗୁରୁଶ୍ରୀ ଡ.ଘାସିରାମ ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଶୋଭାଯାତ୍ରାରେ ତରଭାର କୋଶଲ ସାହିତ୍ୟ ଏକାଡେମି, ତହଁକ କୁଟୁମ, କୋଶଲି ଲୋକନୃତ୍ୟ ଏକାଡେମି, ପାଟଣାଗଡ଼ର କୋଶଲିଡେରା, ଟିଟିଲାଗଡ଼ର କୋଶଲି ସୁରକ୍ଷା ସମିତି, କରତଙ୍ଗର ମହାଖଲା, କୋଶଲ ପ୍ରବାହକୁଟୁମ, ପରବାସୀ କୁଟୁମ, ଟିଟିଲାଗଡ଼ କୋଶଲି କୁଟୁମ, ଡୁଙ୍ଗୁରିପାଲିର ଦରପନ କୁଟୁମ, ପାଟଣାଗଡ଼ର ତ୍ରିଶକ୍ତି ସାହିତ୍ୟ ଅନୁଷ୍ଠାନ ଆଦି ବହୁ ସାରସ୍ୱତ ଓ ସାଂସ୍କୃତିକ ଅନୁଷ୍ଠାନ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର